-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
27-Nov-2023
ବଲାଙ୍ଗିର(ପ୍ରେରଣା ଖବର ): ଜେଏସ୍ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ଆର ଏନ୍ ସିଂ ଦେଓ ସ୍ପୋଟସ୍ କମ୍ପକ୍ସ ଠାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଅଛି। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକି ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ l କଲେଜର ଅଧ୍ୟକ୍ଷ ବିନୋଦ ପାଢି ଏହି କାର୍ଯ୍ୟକ୍ରମରେ ଯୋଗ
ଦେଇଥିବା ଅଧ୍ୟାପକ ଓ ଛାତ୍ରମାନଙ୍କ ସମେତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ ।
ମହାବିଦ୍ୟାଳୟର ଚେୟାରମେନ ସିଏ ଶ୍ରୀକାନ୍ତ ଶର୍ମା ଏହି ଉତ୍ସବକୁ ଅନୁଗ୍ରହ କରି ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଓ ଉତ୍ସାହିତ କରିଥିଲେ । କ୍ରୀଡ଼ା ପ୍ରତିଯୋଗିତାର ନିୟମ ମାନିବା ସହିତ ସେ ଖେଳିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ମହାବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତୀ ସୁମନ ଶର୍ମା, ପରାମର୍ଶଦାତ୍ତା ମନରଞ୍ଜନ ସହୁ ଓ ପ୍ରିତବାସ ପଣ୍ଡା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡ଼ା ଶିକ୍ଷକ ନିରୋଜ କୁମାର ମିଶ୍ର ଓ ଅନ୍ୟାନ୍ୟ ଅକ୍ଲାନ୍ତ ପରିଶର୍ମ କରି ଏହି କାର୍ଯ୍ୟକ୍ରମକୁ ସଫଳତା କରିଥିଲେ । ଶେଷରେ ଶୈଳେସ କୁମାର ପାଲ ଧନ୍ୟବାଦ ପ୍ରଦାନ କରିବା ସହିତ ଅତିଥିମାନଙ୍କ ଦ୍ୱାରା ବିଜେତାମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା ।