-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
22-Nov-2023
ବୋଡ଼େନ (ଡୋଲେସ୍ବର ଵାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ବାବେବୀର ପଞ୍ଚାୟତର ଖଇରଭାଡ଼ି ଗ୍ରାମରେ କ୍ଲବ ହାଉସ ପାଖରେ ଥିବା ନଳକୂପ ପ୍ରାୟ ତିନି ମାସ ହେଲାଣି ଅଚଳ ହୋଇ ରହିଯାଇଛି ।ଏହି ନଳକୂପ ଉପରେ ସେଠାକାର ଅନେକ ଲୋକ ନିର୍ଭର କରନ୍ତି ।ଜଳ ଓ ପରିମଳ ବିଭାଗୀୟ କର୍ମଚାରୀମାନଙ୍କୁ ଗାଁର କିଛି ଲୋକ ସାକ୍ଷାତ କରି ମୌଖିକ ଭାବରେ ଜଣାଇଥିଲେ ହେଁ ଆଜିଯାଏଁ ସେହି ନଳକୂଅକୁ ମରାମତି କରାଯାଇ ନ ଥିବାରୁ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି ।ମାସ ମାସ ଅଚଳ ହୋଇ ରହିଥିବାରୁ ଲୋକମାନଙ୍କ ଅସୁବିଧା ହେଉଛି ।ଏହି ଅଚଳ ନଳକୂଅ କେବେ ସଚଳ କରିବେ ବିଭାଗୀୟ ଅଧିକାରୀ ଏବଂ ଜନସାଧାରଣ ସୁବିଧା ପାଇବେ ତା'ରି ଅପେକ୍ଷାରେ ଗହନ୍ତିଆ ପଡ଼ାବାସି।ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ଲୋକଙ୍କ ଅନୁରୋଧ ରହୁଛି।