-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
19-Nov-2023
ବଲାଙ୍ଗୀର/କଦଳିମୁଣ୍ଡା(ପ୍ରେରଣା ଖବର):ବଲାଙ୍ଗୀର ଜିଲ୍ଲା ଦଲିତ ବିକାଶ ମଞ୍ଚ ତରଫରୁ ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ମଞ୍ଚର ସଭାପତି ନଟରାଜ ନାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ତଥାଗତ ବୁଦ୍ଧ ଓ ବାବା ସାହେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ତଥା ପ୍ରଦୀପ ପ୍ରଜ୍ବଳନ କରାଗଲା ଓ ଧୀମାନ ଦଣ୍ଡୁଆ କୁମ୍ଭାର, ପ୍ରିୟଙ୍କା ନନ୍ଦ ଙ୍କ ଦ୍ୱାରା ବୁଦ୍ଧ ବନ୍ଦନା କରାଗଲା l ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସମ୍ପାଦକ ଭୁବନ ନାଗ ବାର୍ଷିକ ବିବରଣୀ ପଠନ କରିଥିଲେ. ସମ୍ମାନିତ ଅତିଥି ପ୍ରୀତି ସାଗର ମହାନନ୍ଦ, ମୁରଲୀଧର ସୁନା, ବିପିନ ନନ୍ଦ, ଗୋପବନ୍ଧୁ ଜଗଦଳା, ଯୁଗଲାଲ ଜଗଦଳା ପ୍ରମୁଖ ସମାଜର ଉନ୍ନତି ନିମନ୍ତେ ସମସ୍ତଙ୍କ ଅବଦାନ ଆବଶ୍ୟକ ବୋଲି ନିଜ ନିଜ ବକ୍ତବ୍ୟରେ ମତାମତ ଦେଇଥିଲେ lପରେ ଭୀମଭୋଇ ମେଡିକାଲ କଲେଜ ର ପ୍ରଫେସର ଡାକ୍ତର ଶରତ ନାଗ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ହେମସାଗର ନନ୍ଦ, ଇଞ୍ଜିନିଅର ମାଣିକ କୁମ୍ଭାର ଅନୁଷ୍ଠାନର ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ l
ଦ୍ଵିତୀୟ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଲିଚି, ପ୍ରିୟଙ୍କା, ରୁଚିସ୍ମିତା, ନଈମେଷା, ତ୍ରିଶା, ନାଚ ଗୀତ ଓ ଭାଷଣ ଦେଇଥିଲେ. ନେପାଲ ଚନ୍ଦ୍ର ବାଗଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୀମସେନ ବାଗ, ବାଳକୃଷ୍ଣ ମହାନନ୍ଦ, ସଞ୍ଜୟ ମହାନନ୍ଦ,ବୃନ୍ଦାବନ ନାଗ, ବୀରେନ୍ଦ୍ର ରାୟ, କଳିଙ୍ଗ ସୁନା, ନୀଳକଣ୍ଠ ସୁନା, ବିଶ୍ଵାମିତ୍ର ନାଗ, ରୁକ୍ମିଣୀ ବାଗ, ହେମା ରାଣୀ ବାଗ, ଦମୟନ୍ତୀ ଜଗଦଳା, ବବି ନନ୍ଦ, ଐଶର୍ଯ୍ୟା ନନ୍ଦ, ଆରତୀ କୁମ୍ଭାର ସୋନାଲି, ରୋଜାଲିନ, ଆଶୁତୋଷ ପ୍ରମୁଖ ସହଯୋଗ କରିଥିଲେ l