-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||     

HOME   ରାଜ୍ୟ

ବୁବେଲ ଗାଁରେ ଚାଷୀ ଆତ୍ମହତ୍ୟା... ଚାଷୀ ଜମିରେ ଚକଡାପୋକ,ମରୁଡି ଓ ଋଣରେ ଚାପଗ୍ରସ୍ତରୁ  ଆତ୍ମହତ୍ୟା

15-Nov-2023



ବଲାଙ୍ଗୀର(ପ୍ରେରଣା ଖବର) -ବଲାଙ୍ଗୀର ଜିଲ୍ଲାରେ ଚକଡାଚଡକ । ଶହଶହ ଏକର ଜମିରେ ଚକଡାପୋକ ଲାଗି ଧାନଫସଲ ନଷ୍ଟ ହୋଇଯାଇଛି । କୀଟଦମନ ପାଇଁ କୃଷିବିଭାଗର କୀଟନାଶକ ପ୍ରୟୋଗ କଲେ ମଧ୍ୟ ତାହା କାମ କରୁନାହିଁ । ଫଳରେ ଚାଷୀ ମାନେ ହତାଶ ହୋଇଯାଇଛନ୍ତି । ଏଭଳି ହତାଶାରୁ ପୁଇଁତଳା ବ୍ଲକ ବୁବେଲ ଗାଁର ଜଣେ ଚାଷି ରମେଶକୁମାର ଭୋଇ(୫୦ବର୍ଷ) ବିଷଖାଇ ଆତ୍ମହତ୍ୟା କରିଛନ୍ତି । ରମେଶ ଚଳିତବର୍ଷ ୧୦ଏକର ଜମିରେ ଧାନଚାଷ କରିଥିଲେ । ବ୍ୟାଙ୍କ ଓ ଅନ୍ୟାନ୍ୟ ସୂତ୍ରରୁ ଲକ୍ଷାଧିକ ଟଙ୍କା ଧାରକରଜ କରି ଚାଷ କରିଥିଲେ । ଧାନ ଫସଲ ମଧ୍ୟ ଭଲ ହୋଇଥିଲା । କିନ୍ତୁ ଗତ ୨୦ଦିନ ହେଲା ଧାନ ଫସଲରେ ଚକଡା ପୋକ ଲାଗିଗଲା । ଏଥିରେ ପ୍ରାୟ ୫ଏକରରୁ ଅଧିକ ଜମିରେ ଚକଡାପୋକ ଲାଗି ଧାନଫସଲ ନଷ୍ଟ ହୋଇଯାଇଛି । କୃଷିବିଭାଗକୁ ପରାମର୍ଶ କରି ଫସଲରେ ବିଷ ସିଞ୍ଚନ କରିଥିଲେ । କିନ୍ତୁ ତାହା କାମ ଦେଲାନି । ଚକଡା ଆହୁରି ବଢିଚାଲିଲା । ଏହା ସହିତ ଆଉ କିଛି ଜମି ଧାନହେଲା ବେଳେ ପାଣି ଅଭାବରୁ ମରୁଡିଗ୍ରସ୍ତ ମଧ୍ୟ ହୋଇଛି । ତେଣୁ ଗତ କିଛିଦିନ ହେଲା ରମେଶ ମାନସିକ ଚାପରେ ରହୁଥିଲେ । ଗତକାଲି ମଧ୍ୟ ସେ ବିଲକୁ ଯାଇ କୀଟନାଶକ ସିଞ୍ଚନ କରିଥିଲେ । ଧାନ ଫସଲର ଅବସ୍ଥା ଦେଖି ଶେଷରେ ନୀରାଶ ହୋଇ ନିଜେ ବିଷ ପିଇଦେଇ ଆତ୍ମହତ୍ୟା କରିଦେଲେ । ଧାନ ବିଲକୁ ଯାଇଥିବା ବେଳେ ସେଠାରେ ବିଷ ପିଇଦେଇ ଗୁରୁତର ହୋଇପଡିଥିଲେ । ତାଙ୍କ ଭାଇ ଓ ଅନ୍ୟମାନେ ଖବର ପାଇ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣି ଭର୍ତ୍ତି କରିଥିଲେ । କିନ୍ତୁ ମଙ୍ଗଳବାର ରାତି ୧୦ଟାରେ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ନେଇ ପୁଇଁତଳା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି । ପୋଲିସ ଶବକୁ ଜବତ କରି ପଞ୍ଚନାମା କରାଇଛି । ମୃତ ରମେଶଙ୍କ ଘରେ ବିଧବାପତ୍ନୀ,ପୁଅ ଓ ଝିଅ ଅଛନ୍ତି । ଏହି ପରିବାର କେବଳ ଚାଷ ଉପରେ ନିର୍ଭର କରୁଥିଲେ । ତେଣୁ ସରକାର ଏହି ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ଚାଷୀ ଆତ୍ମହତ୍ୟା ଘଟଣାଉପରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ସୁଭାଷ ବେହେରାଙ୍କୁ ପଚାରିବାରୁ ରମେଶ ବିଲରେ ଚକଡା ପୋକ ଲାଗନଥିଲା । ଆଜି ମୁଁ ନିଜେ କୃଷିବିଭାଗର ଅନ୍ୟଅଧିକାରୀମାନଙ୍କୁ ନେଇ ବୁବେଲ ଗାଁକୁ ଯାଇଥିଲୁ ।  ଧାନରେ ଅନ୍ୟ ପ୍ରକାର ପୋକ ଲାଗିଥିଲେ । ସେ ନିଜେ ଏହାର କେୟାର ନାଇନାହାଁନ୍ତି । ବିଲରେ ପାଣି ଆବଶ୍ୟକତା ଥିବା ବେଳେ ପାଣି ମଧ୍ୟ ମଡାଇ ନାହାଁନ୍ତି  ଓ ଶେଷରେ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି । 
 

ଆଜି ବୁବେଲର ଚାଷୀ  ରମେଶ ଭୋଇଙ୍କ ଆତ୍ମହତ୍ୟା ଖବର ପାଇଲାପରେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍କ ବୁବେଲ ପହଞ୍ଚି ଗ୍ରାଉଣ୍ଡଜିରୋରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଘଟଣା ବିଷୟରେ ସେ ରମେଶଙ୍କ ଧାନବିଲକୁ ବୁଲିବା ସହିତ ରମେଶଙ୍କ ପରିବାରବର୍ଗ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି । ଅନୁଧ୍ୟାନ ପରେ ବିଧାୟକ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ,ସରକାରୀ ଯୋଜନାର ବିଫଳତା କାରଣରୁ  ହିଁ ରାଜ୍ୟରେ ଚାଷି ଆତ୍ମହତ୍ୟା ହେଉଛି । ରମେଶଙ୍କ ଜମିରେ ଚକଡା ଲାଗିଥିଲା । ସରକାର ଦେଉଥିବା ନକଲି କୀଟନାଶକ ସିଞ୍ଚନ କରିଥିବାରୁ ତାହା କାମ କଲାନାହିଁ । ସେହିପରି ସରକାରଙ୍କ ଘୋଷଣା ମୁତାବକ ଆଜି ପର୍ଯ୍ୟନ୍ତ ପୁଇଁତଳା ବ୍ଲକରେ ନିଶ୍ଚିତ ଜଳସେଚନ ହୋଇପାରିନାହିଁ । ଫଳରେ ରମେଶର ଜମି ମଧ୍ୟ ମରୁଡିଗ୍ରସ୍ତ ହୋଇଛି । ଶେଷରେ ମାନସିମ ଚାପଗ୍ରସ୍ତ ହୋଇ ରମେଶ ଆତ୍ମହତ୍ୟା କରିଛନ୍ତି । ମୃତ ଚାଷିଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ସରକାରୀ ସହାୟତା ଓ ତାଙ୍କ ପରିବାରର ଜଣକୁ ସରକାରୀ ଚାକିରି ଦେବାକୁ ସେ ସରକାରଙ୍କ ପାଖରେ ଦାବି କରିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   02-Sep-2026
  ଜିଲ୍ଲା  
ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   01-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026
  ଜିଲ୍ଲା  
ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   01-Sep-2026

You Might Also Like