-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
15-Nov-2023
ଟିଟିଲାଗଡ଼ (ପ୍ରେରଣା ଖବର ): ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଟିଟିଲାଗଡ଼ ଠାରେ ମହାସମାରୋହରେ ଶିଶୁ ଦିବସ ପାଳନ କରାଯାଇ ଥିଲା।ଏହି ଉପଲକ୍ଷେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ତରଫରୁ ପାଠାଗାରର ବହିକୁ ନେଇ ପ୍ରତିଯୋଗିତା ହୋଇ ଥିଲା ଦଶ ଜଣ ବିଜେ଼ତା ତାଙ୍କୁ ଖାତା କଲମ ଓମାନପତ୍ର ପୁରସ୍କାର ରୂପେ ପ୍ରଦାନ କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ ବିଶ୍ଵରାମ ଠାକୁର , ସଭାପତି ଜ୍ୟୋତି ପ୍ରକାଶ ଗଡତ୍ୟା , ସମ୍ମାନିତ ଅତିଥି ବୃନ୍ଦାବନ କୁମ୍ଭାର ମଞ୍ଚାସୀନ ଥିଲେ l ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିବାର ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ନୃପରାଜ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ l