-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
07-Nov-2023
କଳାହାଣ୍ଡି ,କୋକସର (ତ୍ରିନାଥ ବେଶ୍ରା )ରାଜ୍ୟରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦେଇ, ମହିଳାଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନ ଅଧିନରେ ମିଶନ ଶକ୍ତି କାଫେ ପରିଚାଳନା କରାଯାଉଛି। ମହିଳାଙ୍କୁ ଜୀବିକା ସହ ସ୍ୱାବଲମ୍ବୀ କରିବ ଓ ବଞ୍ଚିବାର ବାଟ ଦେଖାଇବ ମିଶନ ଶକ୍ତି କାଫେ। ଏହା ଲୋକଙ୍କ ସୁବିଧା ପାଇଁ କରାଯାଇଛି। ସୋମବାର ଦିନ କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତି ରେ ମିଶନ ଶକ୍ତି କାଫେ ର ଶୁଭ ଉଦଘାଟନ ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌଷୁଧି ବାଗ ଙ୍କ କରକଳରେ ହୋଇଛି। ଏଠାରେ କୋକସରା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବ ଅଗ୍ରୱାଲ, କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନେହପ୍ରଭା ମାଝୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ। କୋକସରା ମିଶନ ଶକ୍ତି କାଫେ କୁ ସର୍ବ ଶକ୍ତି ବିଏଲ୍ ଏଫ୍ ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା କରି ସକାଳେ ଓ ସନ୍ଧ୍ୟାରେ ଜଳଖିଆ ସହିତ ମଧ୍ୟାହ୍ନରେ ଭୋଜନ ଉଚିତ୍ ମୂଲ୍ୟରେ ଯୋଗାଇବେ। ସର୍ବ ଶକ୍ତି ବିଏଲ୍ ଏଫ୍ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଗିତାରାଣୀ ସୁନାନି ଓ ସମ୍ପାଦକ ମିଥିଲା ଭୋଇ ଏବଂ ସମସ୍ତ ମହିଳାଙ୍କ ମୁହିଁରେ ହସ ଫୁଟାଇଛି ମିଶନ ଶକ୍ତି କାଫେ।