-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
06-Nov-2023
ନୂଆପଡା (ଡୋଲେସ୍ୱର ବାଗ)
ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ଅଧୀନରେ ଥିବା ଏନ୍ ଏସ ଏସ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଥିଲା ।ଅଧ୍ୟକ୍ଷ ଅବନୀ କୁମାର ଖମାରୀ ମୁଖ୍ୟ ଅତିଥି ରେ ଅଳଙ୍କୃତ ଥିବାବେଳେ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ ,ଅଧ୍ୟାପକ ଅତିକ ଅହମ୍ମଦ ଖାନ ,ଅଧ୍ୟାପିକା ପ୍ରୀତି ସୁଧା ପଣ୍ଡା,ଅଧ୍ୟାପକ ସନ୍ତୋଷ କୁମାର ମୁଣ୍ଡ ପ୍ରମୁଖ ଯୋଗ ଦେଇ ନିଜ ନିଜ ମତ ଉପସ୍ଥାପନ କରିଥିଲେ ।ଏଥିରେ ଦୁର୍ନୀତି ବିରୋଧରେ ଶପଥ ପାଠ କରାଯାଇଥିଲା ।ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ବତ୍କୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।ଏଥିରେ ପଦ୍ମ ଲୋଚନ ମାଝୀ ପ୍ରଥମ,ଯୁଧିଷ୍ଠିର ଦଣ୍ଡସେନା ଦ୍ଵିତୀୟ ଓ ଗଜେନ୍ଦ୍ରୀ ହଂସ ତୃତୀୟ ସ୍ଥାନ ଅଧିକାର କରିଥିଲେ ।କାର୍ଯ୍ୟକ୍ରମଟିକୁ ଅଧ୍ୟାପକ ଡଃ କିଶୋର କର୍ଣ୍ଣ ସଞ୍ଚାଳନ କରିଥିବାବେଳେ ଅଧ୍ୟାପକ ନେତ୍ରାମ ହଂସ ଧନ୍ୟବାଦ ଅର୍ପଣ କରିଥିଲେ ।