-+91-9937148622 |

prerana_bgr@rediffmail.com |

  Thursday 3rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||      ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   (02-Sep-2026)       ||     

HOME   ଜିଲ୍ଲା

ସ୍ବର୍ଗତଃ ବାସନ୍ତୀ ବିଶ୍ୱାଳଙ୍କ ସ୍ମୃତି ରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

05-Nov-2023



ଭୁବନେଶ୍ୱର/ବ୍ରହ୍ମପୁର(ପ୍ରେରଣା ଖବର ): ସ୍ବର୍ଗତଃ ବାସନ୍ତୀ ବିଶ୍ୱାଳଙ୍କ ବିୟୋଗର ଦ୍ଵାଦଶ ତିଥିରେ ତାଙ୍କ ଉଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ସେ ବସବାସ କରୁଥିବା ବ୍ରହ୍ମପୁର ସହରର ହିଲପାଟଣା ଠାରେ ଅବସ୍ଥିତ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ରେ ଆୟୋଜିତ ଏକ ଶୋକ ସଭାରେ ବହୁ ବରେଣ୍ୟ ଅତିଥି ଯୋଗ ଦେଇ ତାଙ୍କର ଆଦର୍ଶ ଜୀବନର ଅମ୍ଳାନ ସ୍ମୃତି ଚାରଣ କରିବା

ସଙ୍ଗେ ସଙ୍ଗେ ଦିବଙ୍ଗତ ଆତ୍ମା ର ସଦଗତି ଓ ଚୀର ଶାନ୍ତି କାମନା କରିଥିଲେ। ଶ୍ରୀମତୀ ବିଶ୍ୱାଳଙ୍କର ଗତ ଅକ୍ଟୋବର ମାସ ୨୨ ତାରିଖରେ ୬୬ବର୍ଷ ବୟସରେ ନିଧନ ଘଟିଥିଲା। ସେହିଦିନ ରାତିରେ ପରିବାର ବର୍ଗ ଙ୍କ ଉପସ୍ଥିତିରେ ପୁରୀ ର ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା। ସ୍ବର୍ଗତଃ ବିଶ୍ୱାଳ ତାଙ୍କର ସ୍ୱାମୀ ଓଡ଼ିଶା ରାଜ୍ୟ ପରିବହନ ନିଗମର ପୂର୍ବତନ ଯନ୍ତ୍ରୀ ଇଞ୍ଜିନିୟର ମୀନକେତନ ବିଶ୍ୱାଳ, ବଡ଼ ପୁଅ ମାଞ୍ଚେଷ୍ଟର ଠାରେ ଆବସ୍ଥାପିତ ୱାଲର୍ଡ ଓଡ଼ିଶା  ସୋସାଇଟି ର ମହାସଚୀବ ଶିବ ରଞ୍ଜନ ବିଶ୍ୱାଳ, ସାନପୁଅ  ଯୁବ ଶିଳ୍ପଦ୍ୟୋଗୀ ଶିବ କୁମାର ବିଶ୍ବାଳ, ଝିଅ ସ୍ମିତା ବେହେରା, ଜ୍ୱାଇଁ ଇଂଜିନିୟର ସରୋଜ କୁମାର ବେହେରା, ଦୁଇ ବୋହୁ ପୂଜା ଖଣ୍ଡୁଆଳ ଓ ଆରତୀ ବିଶ୍ୱାଳ ତଥା ନାତି ନାତୁଣୀ ସ୍ନେହା, ଗୁଡ଼ୁ, ଲିଚି,ଚିକୁ,ଶ୍ରଦ୍ଧା ଓ ସାଇ  ଙ୍କୁ ଛାଡି ଯାଇଛନ୍ତି।                   ସ୍ବର୍ଗତଃ ବାସନ୍ତୀ ବିଶ୍ଵାଳ   ଏକାଧାରରେ ଜଣେ ଧର୍ମପରାୟଣା , ସରଳ, ଅମାୟୀକ, ସ୍ନେହୀ, ମିଷ୍ଠଭାଷୀ, ଦରଦୀ, ପରୋପକାରୀ ଓ ଏକ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱ ଅଧିକାରୀ ଥିଲେ। ସେ ୧୯୫୭ ମସିହା ସେପ୍ଟେମ୍ବର ୨୧ତାରିଖରେ  ଭଞ୍ଜନଗରର ନଟେଙ୍ଗା ଗ୍ରାମରେ  ମାତା ସୁଷମା ନାୟକ ଓ ପିତା ଅଭିମନ୍ୟୁ ନାୟକଙ୍କର ଔରସରୁ ଜନ୍ମଗ୍ରହଣ କରିଥିଲେ। ପରିବାର ରେ ସେମାନେ ୬ ଭଉଣୀ ଓ ଏକମାତ୍ର ଭାଈ ଥିଲେ। ଭଉଣୀ ମାନେ ହେଲେ ବର୍ତ୍ତମାନ ର ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, ସଂଯୁକ୍ତା ପାତ୍ର, ଲିଲି ଜେନା, ବିଷ୍ଣୁପ୍ରିୟା ନାୟକ, ଭାଗ୍ୟଲତା ରାଉତ ଓ ଭାଈ ସ୍ବର୍ଗତଃ ସନ୍ତୋଷ ନାୟକ। ଶ୍ରୀମତୀ ବିଶ୍ୱାଳ ୧୯୭୬ ମସିହା ମାର୍ଚ୍ଚ ୩ ତାରିଖରେ  ଆସ୍କାର ବରଗାଁ  ନିବାସୀ ସ୍ବର୍ଗତଃ କିଶୋର ଚନ୍ଦ୍ର ବିଶ୍ୱାଳ ଏବଂ ସ୍ବର୍ଗତଃ ସତ୍ୟଭାମା ବିଶ୍ଵାଳ ଙ୍କର ଜେଷ୍ଠ ପୁତ୍ର ମୀନକେତନ ବିଶ୍ୱାଳ ଙ୍କୁ ବିବାହ କରିଥିଲେ।ତାଙ୍କର ଦୁଇ ଦିଅର ଉଦୟନାଥ ବିଶ୍ୱାଳ ଓ ବିପିନ ବିହାରୀ ବିଶ୍ଵାଳ ଏବଂ ପାଞ୍ଚ ଜଣ ନଣନ୍ଦ ଯଥା ଶଶୀଦେବୀ ସ୍ୱାଇଁ, ଉଷାରାଣୀ ବିଶୋଇ, ନିଶାମଣୀ ନାୟକ, ଇନ୍ଦିରା ନାୟକ ଓ କଲ୍ୟାଣୀ ବେହେରା ଥିଲେ। ପ୍ରବଳ ଈଶ୍ୱର ବିଶ୍ୱାସୀ ସ୍ବର୍ଗତଃ ବାସନ୍ତୀ ବିଶ୍ୱାଳ ତାଙ୍କର ସ୍ୱାମୀ ଙ୍କ ସହିତ ଯାଜପୁର ର ବାହାଦଲପୁର ସ୍ଥିତ ସୁଧର୍ମା ମହାସଂଘ ର ପ୍ରତିଷ୍ଠାତା ସୁପ୍ରସିଦ୍ଧ  ଆଧ୍ୟାତ୍ମିକ ଗୁରୁ ମାଧବ ବାବା ଙ୍କର ଆଗ ଧାଡ଼ି ର ଭକ୍ତ ଥିଲେ।                        

ଶ୍ରୀମତୀ ବିଶ୍ଵାଳଙ୍କର ବିୟୋଗରେ ଶୋକ ପ୍ରକାଶ କରିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ୱାଲର୍ଡ଼ ଓଡ଼ିଶା ସୋସାଇଟି ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ପ୍ରତିଷ୍ଠାତ୍ରୀ ଡ଼. ଅରୁନ୍ଧତୀ ଦେବୀ, ଉପାଧ୍ୟକ୍ଷ ଡ଼. ନଳିନୀ ପତି, ମୁଖ୍ୟ ପ୍ରୋତ୍ସାହକ ପ୍ରୀତିଶ ଦାଶ, ସାଂସଦ ଅମର ପଟ୍ଟନାୟକ ଓ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା , ଚିତ୍ର ତାରକା ସବ୍ୟସାଚୀ ମିଶ୍ର,ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର , ରୋଜାଲୀନ ମିଶ୍ର, ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରୁ ଆଦିତ୍ୟ ମହାପାତ୍ର, ସୁମନ୍ତ ମାନସିଂହ, ଉତ୍ତମ ତ୍ରିପାଠୀ, ମମତା ନାୟକ, ସନ୍ଦୀପ ନାୟକ, ରମେଶ ରାଉତରାୟ, କଳ୍ପନା ମିଶ୍ର, ଉଷାରାଣୀ ରାଉତ, ନିଶେବିତା ଦାସ, ନୀରେନ୍ଦ୍ର ଜେନା, ଉପେନ୍ଦ୍ର ପତି, ମୀନା ପତି, ସୁରେନ୍ଦ୍ର ଆଚାର୍ଯ୍ୟ, ଅଞ୍ଜନା ଶତପଥୀ, ପ୍ରବାଶ ମିଶ୍ର, ଶୁଭକାନ୍ତ ମହାନ୍ତି, ଶ୍ରୀନିବାସ ପଟ୍ଟନାୟକ, ଜୀବନ ପାଣିଗ୍ରାହୀ, ଵିଷ୍ଣୁ ଦାଶ, ପ୍ରଶାନ୍ତ ସାହୁ ଓ ଶ୍ରୀପତୀ ଜେନା ପ୍ରମୁଖ ଅନ୍ତର୍ଭୁକ୍ତ।

ବ୍ରହ୍ମପୁର ଠାରେ  ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସମାରୋହରେ ଯୋଗ ଦେଇ ସ୍ବର୍ଗତଃ ବାସନ୍ତୀ ବିଶ୍ଵାଳ ଙ୍କର ଫଟୋ ଚିତ୍ର ରେ ପୁଷ୍ପ ଅର୍ପଣ କରିଥିବା ମାନଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଆସ୍କା

ବିଧାୟିକା ମଞ୍ଜୁଳା ସ୍ୱାଇଁ, ମେୟର ସଂଘମିତ୍ରା ଦଳାଇ, କାଜୁ ଉନ୍ନୟନ ନିଗମ ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ,ଡ଼. ସୁବାସ ଚନ୍ଦ୍ର ସାହୁ, ଡ଼. ସାଗର ରଞ୍ଜନ ତ୍ରିପାଠୀ, ଡ଼. କିରଣ ପାଣିଗ୍ରାହୀ, ଆନ୍ତର୍ଜାତୀୟ ଓଡ଼ିଆ  ସ୍ୱାଭିମାନ ପ୍ରତିଷ୍ଠାନ  ର ପ୍ରତିଷ୍ଠାତା ସୁଶାନ୍ତ କୁମାର ସାବତ, ଲେଖିକା ଶନ୍ତାରାଣୀ ଜେନା,ପ୍ରଖ୍ୟାତ ଗାୟିକା ଅନିନ୍ଦିତା ଦାସ, ସୁନାମଧନ୍ୟ ଫେସନ ଡିଜାଇନର ରାମକୃଷ୍ଣ ପଟ୍ଟନାୟକ(ରାମୁଲି), ଅଭିନେତ୍ରୀ ସୋଫିଆ ଆଲାମ, ଦିଲ୍ଲୀପ କୁମାର ସାହୁ, ଶୋଭନ ରାଜନ ବେହେରା, ପ୍ରକାଶ ଚନ୍ଦ୍ର ନାୟକ, ମନୋରଞ୍ଜନ ଶତପଥୀ, ଚିନ୍ତାମଣି ମହାନ୍ତି, ସୁବାଷ ଦେହୁରୀ, ସୁରେଶ ଶତପଥୀ, ଜାଫର ଅଲ୍ଲୀ, ରମା ପୁରୋହିତ, ଅଶୋକ ତ୍ରିପାଠୀ, ରଂଜିତ ସାହୁ, ଶିବ ମହାରଣା ଓ ରାଜେନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ
 ଏହି ଅବସରରେ ସ୍ୱର୍ଗତଃ ବାସନ୍ତୀ ବିଶ୍ବାଳଙ୍କର ଅମର ଆତ୍ମାର ସ୍ଵର୍ଗାରୋହଣ ପ୍ରାର୍ଥନା କରି ପରିବାର ପକ୍ଷରୁ ସୁଧର୍ମା ମହାସଂଘ ଦ୍ଵାରା ଏକ ସତସଂଘ କାର୍ଯ୍ୟକ୍ରମ ଆୟୋଜନ  କରାଯାଇଥିବା ଜଣାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026
  ଜିଲ୍ଲା  
ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   03-Sep-2026
  ରାଜ୍ୟ  
୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   03-Sep-2026

You Might Also Like