-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||     

HOME   ଜିଲ୍ଲା

ଗିରଫ ନା ଆତ୍ମସମର୍ପଣ? କ୍ରିକେଟ୍ ସଟ୍ଟାଡନ୍ ଓ ବେପାରୀଙ୍କୁ ଛାଡିଦେଲା ପୁଲିସ୍ !

04-Nov-2023



ବଲାଙ୍ଗୀର/ବରଗଡ:(ମଳୟ ମିଶ୍ରଙ୍କ ରିପୋର୍ଟ) ଗତ ସେପ୍ଟେମ୍ବର ୨୫ ତାରିଖରୁ ନିଖୋଜ୍ ବରଗଡରେ ରହୁଥିବା ବଙ୍ଗୋମୁଣ୍ଡାର ଖୁଦ ଦଲାଲ୍ ସୁନୀଲ ଅଗ୍ରବାଲଙ୍କୁ ଗତ ୧ ତାରିଖରେ ବରଗଡ ପୁଲିସ୍ ରାୟପୁରରୁ ଆଣି ଠକେଇ ଅଭିଯୋଗରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସେ ବରଗଡ, ସମ୍ବଲପୁର, ଝାରସୁଗୁଡା ଓ ଅନ୍ୟାନ୍ୟ ଜିଲ୍ଲାର ରାଇସ୍ ମିଲ୍ ଗୁଡିକରୁ କ ନ୍ ଖି ବା ଖୁଦ ଆଣି କଣ୍ଟାବାଞ୍ଜିର ମୁରାରୀ ଅଗ୍ରବାଲଙ୍କୁ ଦେଇ ଜଣେ ଦଲାଲ ବା କମିଶନ ଏଜେଣ୍ଟ ଭାବେ କାମ କରୁଥିଲେ । ସେ ବିଳମ୍ବିତ ରାତିସୁଦ୍ଧା  ଘରକୁ ନ ଫେରିବାରୁ ଓ ପରଦିନ ତାଙ୍କ ସ୍କୁଟିଟି ସମ୍ବଲପୁରର ଏକ ଗ୍ୟାରେଜରେ ଥିବା ମେସେଜ୍ ପାଇବାପରେ ତାଙ୍କୁ ସେ ଆଗରୁ ମଧ୍ୟ ରାୟପୁରରେ ରହି କଣ୍ଟାବାଞ୍ଜିର କୁଖ୍ୟାତ କ୍ରିକେଟ ସଟ୍ଟାଡନ୍ ହିତେଶ ଜୈନ୍ ଜୁଆଖେଳାଉଥିବା ସହ ସେ ମାଲ୍ ନେଇ ଦେଉଥିବା ମୁରାରୀ ଅଗ୍ରବାଲ ଉକ୍ତ ଜୁଆଡିକୁ ପ୍ରାୟ ଏକକୋଟି ଟଙ୍କା ଦେଇଥିବା ଜାଣିବା ପରେ ସୁନୀଲଙ୍କ ପତ୍ନୀ ତାଙ୍କ ଭାଇ ନରେନ୍ଦ୍ର ଅଗ୍ରବାଲ ଜରିଆରେ ବରଗଡ ଟାଉନ୍ ଥାନାରେ ଦୁଇଦିନ ପରେ ତାଙ୍କ ସ୍ବାମୀକୁ ସେମାନେ ଅପହରଣ କରିଥିବା ସନ୍ଦେହରେ ଏକ ଏତଲା ଦେଇଥିଲେ । ସେମାନେ କହିବାନୁଯାୟୀ,ଏହା ପୂର୍ବରୁ କଣ୍ଟାବାଞ୍ଜି ଥାନାରେ ଥିବା ବରଗଡ ଟାଉନ୍ ଥାନା ଅଧିକାରୀ ସତ୍ୟଜିତ୍ କାଣ୍ଡେଲକର ସେମାନଙ୍କ ସାମ୍ନାରେ ହିତେଶକୁ ଫୋନ୍ ଲଗାଇ 'ତୁମ ନାଁ'ରେ ଏତଲା ଦେଇଛନ୍ତି' ବୋଲି ଜଣାଇଦେବା ସହ ଏହାକୁ ଅପହରଣ ମାମଲା ଭାବେ ଗ୍ରହଣ କରିବାକୁ ମନାକରି ଏକ ନିଖୋଜ୍ ରିପୋର୍ଟ କରିଥିଲେ । ଏହାପରେ ୧୫/୨୦ ଦିନ ଧରି ପୁଲିସ୍ କୌଣସି ଖୋଜ୍ ଖବର ନନେବାରୁ ତାଙ୍କ ପତ୍ନୀ ଓ ପରିବାର ପକ୍ଷରୁ ବରଗଡ ଏସପିଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ସେହିପରି ସେମାନେ ଖୁଦ ନେଇ ଜୁଆଡିକୁ ଟଙ୍କାଦେଇଥିବା କଣ୍ଟାବାଞ୍ଜିର ମୁରାରୀ ଅଗ୍ରବାଲ ଓ କ୍ରିକେଟ ସଟ୍ଟା ଡନ୍ ହିତେଶ ଜୈନ, ତାର କାକା ସୁନୀଲ ଜୈନଙ୍କ ବିରୁଦ୍ଧରେ କଣ୍ଟାବାଞ୍ଜି ଥାନାକୁ ଯାଇ ଅଭିଯୋଗ କରିଥିଲେ । ଏହି ଆଧାରରେ କଣ୍ଟାବାଞ୍ଜି ପୁଲିସ୍ ମଧ୍ୟ ଅଭିଯୁକ୍ତମାନଙ୍କୁ ଡକାଇ ପଚରାଉଚୁରା କରିଥିବା ଓ ସେମାନେ ସୁନୀଲ ଅଗ୍ରବାଲର ମେସେଜ କ୍ରମେ ହିତେଶ ଓ ତାର କାକାଙ୍କୁ ସେପ୍ଟେମ୍ବର ମାସର କାରବାର ହୋଇଥିବା ପ୍ରାୟ ୧ କୋଟି ଟଙ୍କା ଦେଇଥିବା ସ୍ବୀକାର କରିଥିବା ପ୍ରକାଶ ।  ତେବେ ସେଠାରେ ମଧ୍ୟ ପହଞ୍ଚିଯାଇ ଉକ୍ତ ଅଧିକାରୀ ଏସପିଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରିଥିବା ସେମାନେ ଅଭିଯୋଗରେ ପ୍ରକାଶ କରିଥିଲେ । ଏହାପରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ବରଗଡ ଅତିରିକ୍ତ ଏସପି ତପନ ମହାନ୍ତିଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ସେ ଏକ ଟିମ୍ ଗଠନ କରି ନିଖୋଜ୍ ସୁନୀଲର ଖୋଜ୍ ଖବର କରିବା ସହିତ ଅଭିଯୁକ୍ତ ମୁରାରୀ , ହିତେଶ ଓ ତାର କାକାଙ୍କୁ ବରଗଡକୁ ଡକାଇ ପଚରାଉଚୁରା ପରେ ୪୧ ବଣ୍ଡ୍ ରେ ଛାଡିଦେଥିବା ଉକ୍ତ ପରିବାର ସୂତ୍ରରୁ ପ୍ରକାଶ । 

ତେବେ ଇତିମଧ୍ୟରେ ବରଗଡର ମହାବୀର ରାଇସ୍ ମିଲ୍ ପକ୍ଷରୁ ସୁନୀଲ ଅଗ୍ରବାଲ ବିରୁଦ୍ଧରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଏକ ଠକେଇ ଅଭିଯୋଗ ବରଗଡ ସଦରଥାନାରେ ଗତ ୧୦ ତାରିଖରେ ଦିଆଗଲା । 

ଶେଷରେ ଗତ ୧ ତାରିଖର ରାତି ପ୍ରାୟ ୯ଟା ୫୧ ମିନିଟରେ ଏକ ଅଜଣା ଫୋନ୍ ନମ୍ବର 09630465059ରୁ ନିଖୋଜ୍ ସୁନୀଲଙ୍କ ପତ୍ନୀ ଜ୍ୟୋତ୍ସ୍ନା ଅଗ୍ରବାଲଙ୍କୁ ସୁନୀଲ ଫୋନ୍ କାନ୍ଦି କାନ୍ଦି ଫୋନ୍ କରିବାରୁ ସେ ଏହା ତୁଷୁରାର ତାଙ୍କ ଜୀଜୁ ସାମ୍ବାଦିକ ମନୋଜ ଜୈନଙ୍କୁ ଜଣାଇଥିଲେ ଓ ମନୋଜ ଏହି ସୂଚନା ବରଗଡର ତଦନ୍ତ ଅଧିକାରୀ ଅତିରିକ୍ତ ଏସପି ତପନ ମହାନ୍ତିଙ୍କୁ ଜଣାଇଦେବା ସହ ସଙ୍ଗେ ସଙ୍ଗେ ସୁନୀଲର ଶଳା ରାୟପୁର ଅଭିମୁଖେ ଯାଇଥିଲେ । ଶେଷରେ ରାୟପୁର ରେଳଷ୍ଟେସନରୁ ସୁନୀଲଙ୍କୁ ପୁଲିସ୍ ଉଦ୍ଧାର କରି ବରଗଡ ଆଣିଥିଲେ । ପରଦିନ ଅର୍ଥାତ୍ ୨ ତାରିଖରେ ସୁନୀଲ୍ ଅଗ୍ରବାଲଙ୍କୁ ସଦର ଥାନାରେ ବରଗଡର ମହାବୀର ରାଇସ୍ ମିଲ୍ ପକ୍ଷରୁ ଦିଆଯାଇଥିବା ଏତଲା କ୍ରମେ  ଅନ୍ୟାନ୍ୟ ମିଲ୍ ଗୁ ଡିକରୁ ସେ ପ୍ରାୟ ୭୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ ଦର୍ଶାଇ ପୁଲିସ୍ କୋର୍ଟଚାଲାଣ କରିଛି ବୋଲି ସେଦିନ ବରଗଡ ଟାଉନ୍ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତଏସପି ପ୍ରକାଶ କରିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହି ଖୁଦକୁ ମିଲ୍ ଗୁଡିକ ସୁନୀଲ୍ ଅଗ୍ରବାଲଙ୍କ ଜରିଆରେ କଣ୍ଟାବାଞ୍ଜିର ବେପାରୀ ମୁରାରୀ ଅଗ୍ରବାଲ ନେଇ ଟଙ୍କା ଦେଉଥିଲେ । ମିଳିଥିବା ସୂଚନାନୁଯାୟୀ ଗତ ସେପ୍ଟେମ୍ବର ୧ ତାରିଖରୁ ୨୫ ତାରିଖ ମଧ୍ୟରେ ପ୍ରାୟ ଏକ କୋଟି ଟଙ୍କାର କାରବାର ହୋଇଥିଲା ଓ ମୁରାରୀ ଅଗ୍ରବାଲ ମାଲ୍ ନେଇଥିଲେ ।  ଏହି ଦଲାଲିରେ ସୁନୀଲ ଅଗ୍ରବାଲ ଟ୍ରିପ୍ ପିଛା ହଜାରେ -୧୫ ହଜାର ଟଙ୍କା କମିଶନ ପାଉଥିଲେ । ତେବେ ତାଙ୍କ କଥାରେ ଉକ୍ତ ବେପାରୀ ମୁରାରୀ ଅଗ୍ରବାଲ ତାକ ସହରର ଜଣାଶୁଣା ଜଣେ ପୂର୍ବ ଅଭିଯୁକ୍ତ କୁଖ୍ୟାତ  ଜୁଆଡି ହିତେଶ ଜୈନ , ତାର କାକା ସୁନୀଲ ଜୈନ ପ୍ରମୁଖଙ୍କୁ ଏତେ ପରିମାଣର ଟଙ୍କା ଦେଇଥିଲେ କିପରି ଓ କାହିଁକି ? ସେହିପରି ଖୁଦ ବିକିଥିବା ବା ଠକେଇର ଶିକାର ହୋଇଥିବା ମିଲର୍ସମାନେ ସେମାନଙ୍କର ସମସ୍ତ ପ୍ରାପ୍ୟ ସକାଶେ ସୁନୀଲ ଅଗ୍ରବାଲ ଭଳି ଜଣେ ଦଲାଲକୁ ଭରସା ବା ଦାୟୀ କଲେ କେମିତି ? ଯିଏ ମାଲ୍ ନେଉଥିଲା ବା ଯେଉଁଠି ମାଲ୍ ଡେଲିଭରି ହେଉଥିଲା, ତାଙ୍କ ସହ ସମ୍ପର୍କ ନରଖି  ଏତେ ଏତେ ଟଙ୍କାର ଉଦାସୀନତା କିପରି କରୁଥିଲେ ? ସର୍ବପରି ତଦନ୍ତକାରୀ ପୁଲିସ୍ ଏସବୁ କାରବାରର ମୁଖ୍ୟ ଅଭିଯୁକ୍ତ ସାଇବର କ୍ରିକେଟ୍ ଆଇପିଏଲ୍ ଜୁଆଡିମାନଙ୍କ ସହ ସହଯୋଗୀ ବେପାରୀକୁ ସେମାନଙ୍କ ସ୍ବୀକାରୋକ୍ତି ସତ୍ତ୍ୱେ ଧରିଆଣି ଛାଡିଦେବା ମୂଳରେ କି ରହସ୍ୟ ରହିଛି ? ସୁନୀଲ୍ ଅଗ୍ରବାଲ ପରି ଜଣେ କମିଶନ ଏଜେଣ୍ଟକୁ ଗିରଫ କରି ଜେଲ୍ ହାଜତକୁ ପଠାଇଦେଲା ପରେ କୁହାଯାଉଥିବା ବକେୟା ପ୍ରାୟ ୭୦ ଲକ୍ଷ ବା ୮୦ ଲକ୍ଷ ବ ୯୦ ଲକ୍ଷ  ବା ୧ କୋଟି ଟଙ୍କା ମିଲର୍ସମାନଙ୍କୁ ଦେବ କିଏ  ? 

ଶେଷରେ ଏତେଦିନ ହେଲା ସୁନୀଲ ଅଗ୍ରବାଲ ଥିଲେ କେଉଁଠି  ? ସଟ୍ଟାଡନ୍ ରାୟପୁରରେ ବସି ଜୁଆଖେଳାଉଥିବା ବେଳେ ସୁନୀଲ୍ ଅଗ୍ରବାଲ ସେଇ ରାୟପୁରରୁ ମିଳିବା କଣ ଏକ ସଂଯୋଗ ମାତ୍ର ନା ସତରେ ତାକୁ ଅପହରଣ କରାଯାଇଥିଲା ଓ ଶେଷରେ ଏକ ନାଟକୀୟ ଘଟଣାକ୍ରମେ ସେ ମିଳିଲା  ?

ସୁନୀଲ୍ ଅଗ୍ରବାଲଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ , ଏତେଦିନ ଧରି ସୁନୀଲ ହିତେଶ ଓ ମୁରାରୀଙ୍କୁ ଟଙ୍କା ମାଗି ମାଗି ନିରାଶ ହୋଇପଡି ଶେଷରେ ଆତ୍ମହତ୍ୟା କରିବାକୁ ଗଲାବେଳେ ଭାଙ୍ଗିପଡି ପତ୍ନୀଙ୍କୁ ଫୋନ୍ କରିଥିଲେ  ! ଏସବୁର ଉତ୍ତର ପ୍ରଥମ ଏତଲାର ଅଭିଯୁକ୍ତ ସାଇବର ଜୁଆଡି ଓ ଅଭିଯୁକ୍ତମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଛାଡିଦେଇ ମାତ୍ର ଜଣେ ଗରିବ ଦଲାଲକୁ ଗିରଫ କଲାବୋଲି ବାହାଦୂରୀ ମାରୁଥିବା ତଦନ୍ତକାରୀ ପୁଲିସ୍ ଦେବ କି  ? ଏଣୁ ଏହାପଛରେ ' ଦାଲ୍ ମେ କୁଚ୍ଛ୍ କାଲା ହୈ ...,' ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି  !

ପଶ୍ଚିମଓଡିଶାରେ ବି ଅନ୍ ଲାଇନ୍ କ୍ରିକେଟ୍ ଆଇ ପିଏଲ୍ ସଟ୍ଟା ତାର କାୟାବିସ୍ତାର କରିଛି ।  ସୁନୀଲ୍ ଅଗ୍ରବାଲ ବି ଜଣେ ଜୁଆଖେଳୁଥିବା ଶିକାର । ଆଗରୁ ହିତେଶ ସାଙ୍ଗରେ ନ ମିଶିବାକୁ ତା ପତ୍ନୀ ତାକୁ ବାରମ୍ବାର ବାରଣ କରି ଆସୁଥିଲେ । ତେବେ ସେ ଏହାର ପରିଣାମ ଭୋଗିଲା । କିନ୍ତୁ ଏହାର ପ୍ରକୃତ ଅପରାଧୀ ହିତେଶ  ଜୈନ୍, ସହଯୋଗୀ ତାର କାକା ସୁନୀଲ ଜୈନ ଓ ଟଙ୍କା ଖଟାଉଥିବା ମୁରାରୀ ଅଗ୍ରବାଲ ବୋଲି ଏଠାରେ ଚର୍ଚ୍ଚା ହେଉଛି । ଏହା ତଦନ୍ତସାପେକ୍ଷ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026
  ଜିଲ୍ଲା  
ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   03-Sep-2026

You Might Also Like