-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
02-Nov-2023
କଣ୍ଟାମାଳ(ଜୟ କୁମାର ମହାରଣା ): କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଅନ୍ତର୍ଗତ ଧାନଖଣ୍ଡୀ ଗ୍ରାମର ସନ୍ତୋଷ କୁମାର ମିଶ୍ରଙ୍କ ୭୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ମଙ୍ଗଳବାର ଦିନ ଅପରାହ୍ନ ୪ଟାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ପୁଅ ,ବୋହୂ, ନାତି ,ନାତୁଣୀ ଓ ବନ୍ଧୂପରିଜନ ଉପସ୍ଥିତ ଥିଲେ ।ସେ ସୁବର୍ଣ୍ଣପୁର ଜିଲ୍ଲା ଗୁହିରାଘାଟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ନାରାୟଣ ମିଶ୍ର ମୁଖାଗ୍ନୀ ଦେଇଥିଲେ ।ସେ ଜଣେ ମିଷ୍ଟଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ ।ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଗାଁ ସହ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।