-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
20-Oct-2023
କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ କଂଗ୍ରେସ ପକ୍ଷରୁ ବରଗାଁ ଗ୍ରାମ ପଞ୍ଚାୟତ ଅଧିନ ସମସ୍ତ ଗ୍ରାମରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ଳକ କଂଗ୍ରେସ ସଭାପତି ସୁଶାନ୍ତ ମଲିକଙ୍କ ନେତୃତ୍ଵରେ ପଞ୍ଚାୟତର ମଲିକୁଦ ଗ୍ରାମରୁ ପ୍ରଥମେ ଏକ ରାଲିରେ ବାହାରି ଘରକୁ ଘରକୁ ଯାଇ ଲୋକଙ୍କ ସହିତ ମିଶି ବିଜେପି ଓ ବିଜେଡିର ଗରିବ ମାରଣା ନିତିକୁ ପାଥେୟକରି ତଥା ରାହୁଲ ଗାନ୍ଧିଙ୍କ ନେତୃତ୍ଵ ହିଁ ଦେଶର ଭବିଷ୍ୟତ ବାର୍ତ୍ତା ପହଞ୍ଚାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ
ସଦସ୍ୟ ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ, ଅଭିମନ୍ୟୁ ପ୍ରଧାନ,ସୁନାଧର ପୁଟେଲ୍, ଗରିବ ପ୍ରଧାନ, ଟିବେଚନ ରଣା, ଗୋବର୍ଦ୍ଧନ ରଣା, ସରୋଜ ସାହୁ ,ଉମାକାନ୍ତ ନାଏକ, ନିରଞ୍ଜନ ଜାନି, ସତଞ୍ଜୟ ବାଘ୍, ଶମ୍ଭୁ ନାଗ କେଶବ କ୍ଷେତ, ବିଶ୍ଵାମିତ୍ର ପାଢି, ସନ୍ତୋଷ ପ୍ରଧାନ, ଗୁରଖ କୁମ୍ଭାର, ଅଭିମନ୍ୟୁ ଭୋଇ ,ଉଗ୍ରେ ପଟ୍ଟନାୟକ। ଦନାର ସାହୁ ଓ ପଞ୍ଚାୟତର ବହୁ କଂଗ୍ରେସ କର୍ମୀ ସାମିଲ ହୋଇ ଥିଲେ।
(କଣ୍ଟାମାଳରୁ ଜୟ କୁମାର ମହାରଣାଙ୍କ ରିପୋର୍ଟ)