-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||     

HOME   ଜିଲ୍ଲା

ପୂର୍ଣ୍ଣ ଚନ୍ଦ୍ର ରଥ ଜଣେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ଵ ଥିଲେ, (ସ୍ବର୍ଗତଃ ଇଂଜିନିୟରଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି)

19-Oct-2023



ଇଞ୍ଜିନିୟର ସ୍ବର୍ଗତଃ ପୂର୍ଣ୍ଣ ଚନ୍ଦ୍ର ରଥ ଜଣେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ।ତାଙ୍କର ମହତ ଜୀବନ ଏବଂ ଉତ୍ତମ ଆଦର୍ଶ ଯୁଗ ଯୁଗ ପାଇଁ ଆମର ଭବିଷ୍ୟତ ପୀଢ଼ି କୁ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଇ ଚାଲିଥିବ ।ଏକାଧାରରେ ସେ ଜଣେ ସରଳ, ନିଷ୍ଠାପର,ସଚ୍ଚୋଟ, କର୍ମଠ, କର୍ତ୍ତବ୍ୟନିଷ୍ଠ, ସତ୍ୟବାନ, ଦାଇତ୍ୱଶୀଳ, ଶୃଙ୍ଖଳିତ, ଧାର୍ମିକ, ପରୋପକାରୀ, ଦରଦୀ ଏବଂ ମିଷ୍ଟଭାସି ମଣିଷ ଥିଲେ। ନିଜକୁ ସେ ସୁସ୍ଥ,ସଂଯତ ଓ ସକ୍ଷମ ରଖି  ତାଙ୍କ ପରିବାରର ଉଚ୍ଚକୋଟିର ଲାଳନ ପାଳନ କରିବା ସାଙ୍ଗକୁ ସାହି,ପଡିଶା ଓ ସମାଜ ପ୍ରତି ତାଙ୍କର ଉତ୍ତରଦାଇତ୍ୱ କୁ ଖୁବ ନିଷ୍ଠାର ସହିତ ନିର୍ବାହ କରି ଆସିଥିଲେ। ବିପଦ, ଆପଦ ଓ ପ୍ରାକୃତିକ ଦୁର୍ବିପାକ ସମୟରେ ସେ ସଦାସର୍ବଦା ଦୁର୍ଦ୍ଦଶାଗ୍ରସ୍ତ ତାଙ୍କର ଗ୍ରାମବାସୀମାନଙ୍କ ପାଖରେ ଛିଡ଼ା ହେଉଥିଲେ ଓ ଯଥାସମ୍ଭବ ସେମାନଙ୍କୁ ସହାୟତା ପ୍ରଦାନ କରୁଥିଲେ l ସ୍ବର୍ଗତଃ ରଥ ୧୯୩୭ ମସିହା ଅପ୍ରେଲ ୨୫ ତାରିଖରେ କଟକ ଜିଲ୍ଲାର ଆଠଗଡ ତହସିଲ  ଅନ୍ତର୍ଗତ କଟକିଆ ସାହିର ପାଟେଣି ଗାଁ ରେ ଜନ୍ମ ଗ୍ରହଣ କରିଥିଲେ। ବାଳୁତ ଅବସ୍ଥାରେ ପିତାଙ୍କ ଅକାଳ ବିୟୋଗ ଯୋଗୁଁ ସେ  ନାନା ପ୍ରକାର ପ୍ରତିବନ୍ଧକ ର ସାମ୍ନା କରିଥିଲେ। କିନ୍ତୁ ନିଜର ଏକନିଷ୍ଠ ଅଧ୍ୟବସାୟ , ଦୁଇବଡ଼ ଭାଈ ଓ କକାଙ୍କର ସହାୟତା ଫଳରେ ସେ ତାଙ୍କର ପାଠ ପଢିବା ଚାଲୁ ରଖିଥିଲେ।୧୯୫୯ ମସିହାରେ ପୂର୍ଣ୍ଣଚନ୍ଦ୍ର ନିଜ ଗାଁର ପ୍ରଥମ ଛାତ୍ର ଭାବରେ ଉଭୟ ବିଜ୍ଞାନ ଓ ସିଭିଲ ଇଂଜିନିୟରିଂ ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।  ସେ ଜଣେ କୁଶଳୀ  ଯନ୍ତ୍ରୀ ଭାବରେ ଓଡ଼ିଶା ସରକାରଙ୍କର ବିଭିନ୍ନ ବିଭାଗରେ କାର୍ଯ୍ୟ କରି  ବହୁଭାବେ ପ୍ରଶଂସା ଭାଜନ ହୋଇଥିଲେ।୧୯୬୫ ମସିହାରେ ସେ ବିଶିଷ୍ଟ ନାରୀ ନେତ୍ରୀ ଏବଂ ଯଶସ୍ୱୀ ସମାଜସେବୀ  ଦୟାମୟୀ ରଥ ଙ୍କୁ ଵିଵାହ କରିଥିଲେ। ଦୟାମୟୀ କେବଳ ତାଙ୍କର ଜୀବନ ସାଥି ଥିଲେ ତାହା ନୁହେଁ, ସେ  ଆଠଗଡ ଇଲାକା ପାଇଁ ତାଙ୍କ ସହିତ ମିଶି ଆଲୋକ ବର୍ତ୍ତିକାର ସ୍ୱରୂପ ସାଜିଥିଲେ।                              ସିଭିଲ ଇଂଜିନିୟରିଂ ଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କୁ ଓଡ଼ିଶାର ଘରେ ଘରେ ପଂହୁଞ୍ଚାଇବା  ପୂର୍ଣ୍ଣ ଚନ୍ଦ୍ର ଙ୍କର ପରମ ଲକ୍ଷ୍ୟ ଥିଲା। ତାଙ୍କ ଦ୍ୱାରା ରଚିତ "ବାସକଳା" ପୁସ୍ତକ ସାଧାରଣ ଓଡ଼ିଆଙ୍କ ପାଇଁ ସ୍ବଗୃହ ନିର୍ମାଣ ରେ ବୈଷୟିକ ଜ୍ଞାନ କୌଶଳ କୁ ବ୍ୟବହାର କରାଯିବା ଦିଗରେ ଏକ ପକ୍କା ମାର୍ଗ ଦର୍ଶକ ଭାବରେ  ପ୍ରସିଦ୍ଧି ହାସଲ କରିଛି। ବୋଧଗମ୍ୟ ଓଡ଼ିଆ ଭାଷାରେ  ଲିଖିତ ଏହି କାଳଜୟୀ ପୁସ୍ତକ ଯୁଗାନ୍ତକାରୀ ଆଖ୍ୟା ଅର୍ଜ୍ଜନ କରିଛି । ସ୍ବର୍ଗତଃ ପୂର୍ଣ୍ଣଚନ୍ଦ୍ର ରଥ ଙ୍କର ପାଣ୍ଡିତ୍ୟ କେବଳ ଇଂଜିନୀୟରିଂ ବିଦ୍ୟା ମଧ୍ୟରେ ସୀମିତ ନ ଥିଲା। ଓଡ଼ିଶାର ଇତିହାସ, ଭାରତୀୟ ସଂସ୍କୃତି ଏଵଂ ଐତିହ୍ୟ ତଥା ବିଶ୍ଵସ୍ତରୀୟ ସୃଜନଶୀଳ କଳା ଉପରେ ମଧ୍ୟ୍ୟ ସେ ବେଶ ଅନୁସନ୍ଧାନ ଓ ଅନୁଶୀଳନ କରିଥିଲେ। ଜଣେ ପ୍ରଖ୍ୟାତ ଲେଖକ ହେବା ସାଙ୍ଗକୁ ସେ ଜଣେ ସୁଦକ୍ଷ ଚିତ୍ରଶିଳ୍ପୀ ମଧ୍ୟ ଥିଲେ। ପ୍ରକୃତରେ  ନିଜର ନାମର ଯଥାର୍ଥତା କୁ ପ୍ରମାଣ କରି ପୂର୍ଣ୍ଣ ଚନ୍ଦ୍ର ଗୁଣ, ଜ୍ଞାନ ଓ ଗାରିମା ରେ ପୂର୍ଣ୍ତତା  ଅର୍ଜ୍ଜନ କରିଥିଲେ I ୨୦୨୦ ମସିହା  ଅକ୍ଟୋବର  ୧୫ ତାରିଖରେ ୮୪ବର୍ଷ ବୟସରେ ଇଂ. ପୂର୍ଣ୍ଣଚନ୍ଦ୍ର ରଥ ଇହଲୀଳା ସମ୍ବରଣ କରିଛନ୍ତି। ସୁଖର କଥା ଯେ ସମାଜ ପ୍ରତି ସ୍ବର୍ଗତଃ ପୂର୍ଣ୍ଣଚନ୍ଦ୍ର ରଥଙ୍କର ଅମୂଲ୍ୟ ଓ ଅତୁଳନୀୟ ଯୋଗଦାନ ତଥା ସେ ଛାଡ଼ିଥିବା ସ୍ବର୍ଣ୍ଣାଭ ପରମ୍ପରା କୁ ତାଙ୍କର ସୁଯୋଗ୍ୟ ଦାୟାଦ ଜ୍ୟେଷ୍ଠ ପୁତ୍ର ପ୍ରସିଦ୍ଧ ଶିକ୍ଷାବିତ ଡ଼ଃ.ପ୍ରଭାତ କୁମାର ରଥ, ଆବୁଧାବୀ ରେ ଅବସ୍ଥାପିତ କନିଷ୍ଠ ପୁତ୍ର ସୁନାମଧନ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥ, ସୁପୁତ୍ରୀ ଡ଼ଃ.ପଦ୍ମାଲୟା ରଥ ,ପୁତ୍ରବଧୁ ପ୍ରିୟମ୍ବଦା ରଥ, ବହ୍ନିପ୍ରଭା ରଥ ଓ  ଜ୍ୱାଇଁ  ଡ଼ଃ ଶିବ ନାରାୟଣ ପ୍ରମୁଖ ସକ୍ରୀୟ ଭାବେ ବଜାୟ ରଖିଛନ୍ତି।ସ୍ବର୍ଗତଃ ପୂର୍ଣ୍ଣ ଚନ୍ଦ୍ର ରଥଙ୍କର ଜୀବ ଶରୀର ଆଜି ଆମ ନିକଟରେ ନାହିଁ, କିନ୍ତୁ ତାଙ୍କର ଜୀବନ୍ତ ସ୍ମୃତି ଆମ ମାନସ ପଟରେ ସଦାସର୍ବଦା ଅବିସ୍ମରଣୀୟ ହୋଇ ରହିଛି ଏବଂ ରହିଥିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026
  ଜିଲ୍ଲା  
ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   05-Sep-2026
  ଜିଲ୍ଲା  
ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   05-Sep-2026

You Might Also Like