-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
11-Oct-2023
ନାକଟିଦେଉଳ(କନ୍ଦର୍ପ ବେହେରା )ଆଜି ଅପରାହ୍ନ ପାଞ୍ଚଟା ସମୟରେ ସ୍କୁଟି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ସୂଚନାରୁ ପ୍ରକାଶ ଯେ ନାକଟିଦେଉଳ ଥାନା ଅନ୍ତର୍ଗତ କୁଞ୍ଜାମୁରା ଗ୍ରାମର ମମତା ନାଏକ ଓ ତଅପୋଇ ବେହେରା କୌଣସି କାମରେ ଅପରାହ୍ନରେ ନାକଟିଦେଉଳ ଆସୁଥିବା ସମୟରେ ହିଂଜାମୁରା ସିରିଗିଡା ପୋଲ ନିକଟସ୍ଥ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡରେ ପୋତା ହୋଇଥିବା ପିଲର ଖୁଣ୍ଟରେ ପିଟିହୋଇଥିଲେ l ଏ ସମ୍ପର୍କରେ ଖବର ପାଇ ନାକଟିଦେଉଳରୁ ଦମକଳବାହିନୀ ଯାଇ ଉଦ୍ଧାରକରି ନାକଟିଦେଉଳ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ l ଡାକ୍ତର ତଅପୋଇ ବେହେରା (୩୨)ଙ୍କୁ ମ୍ରୁତ ଘୋଷଣା କରିଥିଲେ l ଗୁରୁତର ଆହତ ମମତା ନାଏକ (୪୦)ଙ୍କୁ ପ୍ରାଥମିକ ଚିକତ୍ସା ପରେ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି l ନାକଟିଦେଉଳ ପୋଲିସ ଡାକ୍ତରଖାନା ପହଂଚି ମୃତକଙ୍କ ଶବକୁ ଜବତ କରି ଥିବା ବେଳେ ଆସନ୍ତାକାଲି ବ୍ୟବଛେଦ ପାଇଁ ରେଢ଼ାଖୋଲ ପଠାଯିବ ବୋଲି ଜଣାପଡିଛି l