-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
10-Oct-2023
ନବରଙ୍ଗପୁର:-(ମିହିର ଶଙ୍କର ପାତ୍ର)
ରାଜ୍ୟ ହିନ୍ଦୁ ମହାସଂଘ ସଂପାଦକ ଉମାକାନ୍ତ ବିଷୟୀ ଙ୍କ ଅଧ୍ୟକ୍ଷତାରେ ଆଜି ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କଣ୍ଟାମାଳ ଗାଁ ରେ ହିନ୍ଦୁ ମହାସଂଘ ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହିନ୍ଦୁ ମହାସଂଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ କୁମାର ପାତ୍ର ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ମାନଙ୍କୁ ଅନ୍ୟାୟ ଓ ବେଆଇନ ଧର୍ମାନ୍ତରଣ କୁ ବିରୋଧ କରିବା ପାଇଁ ଅନୁରୋଧ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୈଦଲପୁର ମଣ୍ଡଳ ର କାର୍ଯକାରୀ ସଭାପତି ବିନୋଦ ହରିଜନ, ଚକ୍ରଧର ନାୟକ, ମନୋଜ ହରିଜନ, ଖଗପତି ସୁନା, ରାଜେଶ ବିଷୋୟୀ, ବିଷ୍ଣୁ ବିଷୋୟୀ, ଗୋବିନ୍ଦ ବିଷୋୟୀ, ଇଗ୍ନେସ ବିଷୟୀ, ଟଙ୍କ ଗୌଡ଼,ମୋତି ରାମ ହରିଜନ, ଅନିଲ ବିଷୋୟୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ହିନ୍ଦୁ ମହାସଂଘ ର କାର୍ଯ୍ୟକର୍ତ୍ତା ମାନେ ମନ୍ଦିର ପରିସରକୁ ସଫା କରିଥିଲେ।