-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
10-Oct-2023
କଣ୍ଟାମାଳ, (ଅକୃର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଠାରେ ସୋମବାର ଦିନ ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କଣ୍ଟାମାଳ ଥାନା ପରିସରୁ ଆଇ ଆଇ ସି ଗୋପିନାଥ ପ୍ରଧାନ ସଚେତନତା ରଥ ଓ ମୋଟର ସାଇକେଲ ଶୁଭାରମ୍ଭ କରିଥିଲେ l କଣ୍ଟାମାଳ,କଳରାଠାଖୋଟା,ଅଇଁଳାଚୁଆଁ ଓ ରୁଣ୍ଡିମହୁଳ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ। ଅଇଁଳାଚୁଆଁ ଆର୍ଦଶ ବିଦ୍ୟାଳୟ ଓ କଣ୍ଟାମାଳ ପଞ୍ଚାୟତ କଲେଜ୍ ଠାରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଇବର ସୁରକ୍ଷା କାର୍ଯ୍ୟକ୍ରମ ରେ ସବ୍ ଇନ୍ସପେକ୍ଟର ରାଜା ନାଏକ ,ସୁସ୍ମିତା ମଗର,ତୁଳାରାମ ମାହାନନ୍ଦିଆ ଓ ଅନ୍ୟ କର୍ମଚାରୀ ମନେ ଉପସ୍ଥିତ ଥିଲେ।