-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
09-Oct-2023
ପାଟଣାଗଡ ବ୍ଲକ ସାଲେପାଲି ପଞ୍ଚାୟତ ରହେନମାଲ ଗାଁ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଜନ ସମ୍ପର୍କ ପଦଯାତ୍ରା ଅବସରରେ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାପୀଠ ପରିଦର୍ଶନ କରିଥିଲେ l ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ, ଶୌଚାଳୟ, ପାନୀୟ ଜଳ ଯୋଗାଣ, ପାଚେରୀ ନିର୍ମାଣ ପାଇଁ ସ୍କୁଲ କମିଟି ତରଫରୁ ସାଂସଦ ଶ୍ରୀ ବିଶି ଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ l ସରକାରୀ ହାଇସ୍କୁଲ ରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଓଡିଶା ସରକାର ଙ୍କ ସଂରକ୍ଷଣ ଯୋଜନା, ସ୍କୁଲ ରୂପାନ୍ତରିକରଣ, ଷ୍ଟାଇପେଣ୍ଡ, ସାଇକେଲ, ଲାପଟପ ପ୍ରଦାନ ବିଷୟରେ ସୂଚନା ଦେଇଥିଲେ l ଗାଁରେ ଜନ ସମ୍ପର୍କ ଯାତ୍ରା ଏବଂ ସଭା ରେ ସାଂସଦ ଶ୍ରୀ ବିଶି ଓଡିଶା ରେ ନବୀନ ପଟ୍ଟନାୟକ ନେତୃତ୍ୱ ରେ ପଚିଶ ବର୍ଷ ବିଜେଡି ସରକାର ର ଲୋକାଭିମୁଖୀ ଶାସନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ବଳିଆ ଯୋଜନା, ସଡ଼କ ବିଜୁଳି ପାଣି ଯୋଗାଣ ଯୋଜନା, ସ୍କୁଲ କଲେଜ ହସ୍ପିଟାଲ ରୂପାନ୍ତରିକରଣ, ମହିଳା ସଶକ୍ତିକରଣ, ଆଦିବାସୀ ଉନ୍ନୟନ ପରିଷଦ ଦ୍ୱାରା ଆଦିବାସୀ କଳା, ସଂସ୍କୃତି, ଭାଷା, ସାହିତ୍ୟ, ଐତିହ୍ୟ, ଜମି ଜଳ ଜଙ୍ଗଲ ଜୀବନ ଜୀବିକା ବିକାଶ ଯୋଜନା ବିଷୟରେ ଆଲୋକପାତ କରିଥିଲେ l ପରେ ବୁଢାଦେଓ କମ୍ୟୁନିଟି ସେଣ୍ଟର ର ଭୂମିପୂଜନ କରିଥିଲେ l କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଜ଼ିଲ୍ଲା ସଭାପତି ଭୁବନେଶ୍ୱର କୁଅଁର, ବିଜେଡି ମହିଳା ନେତ୍ରୀ ସନ୍ତୋଷିନୀ ବିଶି, ବିଜେଡି ନେତା ହୃଷିକେଶ ଭୋଇ, ଗିରିଧାରୀ ଭୋଇ, ମିନିକେତନ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ l