-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
06-Oct-2023
ବଲାଙ୍ଗୀର(ପ୍ରେରଣା ଖବର)- ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ବଲାଙ୍ଗିର ଲୋକସଭା କ୍ଷେତ୍ର ର ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ମାନ୍ୟବର ସାଂସଦ ସଙ୍ଗିତା କୁମାରୀ ସିଂଦେଓ ବଲାଙ୍ଗିର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିଟିଲାଗଡ ବିଧାନସଭା କ୍ଷେତ୍ରର ସଇଁନ୍ତଲା ବ୍ଲକ ବିବିନା ଗ୍ରାମ ପଂଚାୟତ ଅନ୍ତର୍ଗତ ଛକୋରବାଞ୍ଜି ଗ୍ରାମ ଖେଳ ପଡିଆରେ ସାଂସଦ ଖେଳ ମହୋତ୍ସବ ଅନ୍ତର୍ଗତ ଏଠାରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଫୁଟବଲ ଖେଳରେ କରେଲଧୁଆ ଓ ନାଇକେନସିରା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ କରେଲଧୁଆ ଦଳ ବିଜୟୀ ହୋଇଥିଲା । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ନେତାଜୀ କ୍ଲବ, ଛକୋରବାଞ୍ଜୀ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ବାବେ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଯୋଗ ଦେଇ ପ୍ରଥମ ଓ ଦ୍ୱିତୀୟ
ସ୍ଥାନ ଅଧିକାର କରିଥିବା ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ । ସେହିପରି ଦ୍ୱିତୀୟାଦ୍ଧ ରେ ବଲାଙ୍ଗିର ବିଧାନସଭା କ୍ଷେତ୍ରର ବଲାଙ୍ଗିର ବ୍ଲକ ଶିକାଛିଡା ଗ୍ରାମ ପଂଚାୟତ ର ରତାଖଣ୍ଡି (ଭାନପୁର) ଗ୍ରାମରେ ଗୋପବନ୍ଧୁ ଯୁବକ ସଂଘ ଭାନପୁର ର ସକ୍ରିୟ ସହାୟତା ରେ ଏକ ଦିବସୀୟ ଫୁଟବ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ରାୟପାଲି ଓ ଶିରାବାହାଲ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ରାୟପାଲି ଦଳ ବିଜୟୀ ହୋଇଥିଲେ । ଏହି ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ ରେ ମଧ୍ୟ ମାନ୍ୟବର ସାଂସଦ ସଙ୍ଗିତା କୁମାରୀ ସିଂଦେଓ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ବିଜୟୀ ଓ ଉପ ବିଜ୍ୟ ଦଳକୁ ଟ୍ରଫି, ପ୍ରମାଣପତ୍ର ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ । ସାଂସଦ ଖେଳ ମହୋତ୍ସବ ମାଧ୍ୟମରେ ଅନୁଷ୍ଠିତ ହୋଇôତବା ଏହି ଦୁଇଟି ଫୁଟବଲ ପ୍ରତିଯୋଗିତା କୁ ସାଂସଦଙ୍କ ନିର୍ଦ୍ଦେଶ କ୍ରମେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ପଦାଧିକାରୀ ସକ୍ରିୟ ସଂଯୋଜନା କରିଥିଲେ ।