-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Oct-2023
-ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ଭାରତୀୟ ସଂରକ୍ଷିତ ବାହିନୀ (IRB) ସିପାହୀ ସଚିନ କୁମାର ସାହୁ ଙ୍କ ୩୪ ବର୍ଷ ବୟସରେ ପରଲୋକ ଘଟିଛି। ଏ ଖବର ପ୍ରସାରିତ ହେବା ପରେ ସୋନପୁର ମଝିପଡ଼ା ସହିତ ସହର ସାରା ଶୋକର ଛାୟା ଖେଳି ଯାଇଛି। ସିପାହୀ ସଚିନ ଦୀର୍ଘ ୨୦ ଦିନ ଧରି ବୁର୍ଲା ଭୀମସାର ମେଡିକାଲ ଓ କଟକ ବଡ ମେଡିକାଲ ରେ କାମଳ ରୋଗରେ ଚିକିତ୍ସିତ ହୋଇ ଆସୁଥିବା ବେଳେ ଆଜି ଭୋର୍ ସମୟରେ ତାଙ୍କ ପ୍ରାଣବାୟୁ ଚାଲି ଯାଇଛି। ଶ୍ରୀ ସାହୁ ୨୦୦୯ ରୁ ରାଉରକେଲା ଠାରେ ଇଣ୍ଡିଆନ ରିଜର୍ଭ ବାଟେଲିଆନ ରେ ଯୋଗଦାନ କରି ବର୍ତ୍ତମାନ ଦେବଗଡ଼ ଜିଲ୍ଲା ରେ ରହି ଦେଶ ତଥା ମା ମାଟି ପାଇଁ ସେବା କରି ଆସୁଥିଲେ l ଆଜି ସଚିନ ଙ୍କ ମର ଶରୀର ସୋନପୁର ମଝିପଡ଼ା ବାସ ଭବନ କୁ ପହଁଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ରାମଧୁନ କ୍ଳବ୍ ର ସଦସ୍ୟ ତଥା ସହର ର ୫୦୦ ରୁ ଉର୍ଦ୍ଧ ଲୋକ ସଚିନ ଙ୍କ ମର ଶରୀର କୁ ଅନ୍ତିମ ଦର୍ଶନ କରି ଏକ ବିରାଟ ଶୋଭଯାତ୍ରାରେ ରାମେଶ୍ବର ଶ୍ମସାନ ଘାଟ କୁ ନେଇଥିଲେ। ସଚିନ ଙ୍କ ଏକ ଦୁଇ ବର୍ଷ ର କୁନି ଝିଅ ଥିବା ସୂଚନା ମିଳିଛି। ଆଜି ରାମେଶ୍ବର ସ୍ମଶାନ ଘାଟ ରେ ସଚିନ ଙ୍କ ଅନ୍ତିମ ସଂସ୍କାର କରା ଯାଇଥିବା ବେଳେ ପିତା ପ୍ରଦୀପ ସାହୁ ପୁଅ କୁ ମୁଖlଗ୍ନି ଦେଇଥିଲେ। ପ୍ରାକ୍ତନ ନଗରପାଳ କଇରୁ ସ୍ୱାଇଁ, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପୀୟୂଷ ପଣ୍ଡା, ବିକାଶ ପଣ୍ଡା, ଜଗତ ବନ୍ଧୁ ତ୍ରିପାଠୀ, ହରି ସାହୁ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ୍ ତ୍ରିପାଠୀ ଙ୍କ ସମେତ ସହର ର ଅନେକ ମାନ୍ୟ ଗନ୍ୟ ବ୍ୟକ୍ତି ସଚୀନ ଙ୍କ ସଂସ୍କାର କାର୍ଯ୍ୟ ରେ ଯୋଗଦାନ କରିଥିଲେ। ପ୍ରକାଶ ଥାଉକି ସ୍ୱର୍ଗୀୟ ସଚିନ ରାମଧୁନ ଫୁଟବଲ ଦଳ ର ଜଣେ ଶ୍ରେଷ୍ଠ ଗୋଲ କିପର ଭାବେ ଖ୍ୟାତି ଅର୍ଜନ କରି ଦଳ କୁ ରାଜ୍ୟ ର ଅନେକ ସ୍ଥାନ ରେ ଚମ୍ପିୟାନ କରିବାରେ ପ୍ରମୁଖ ଭୂମିକା ନେଇଥିଲେ।ରମଧୁନ କ୍ଳବ୍ ର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ସବୁ କାମ ରେ ଯୋଗଦାନ କରୁଥିଲେ।