-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
06-Oct-2023
ବଲାଙ୍ଗୀର,(ପ୍ରେରଣା ଖବର)- ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ୪ ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଚୁଡାପାଲି ପଡିଆରେ ଅନୁଷ୍ଠିତ ଖେଳରେ ନକଟାସର ଦଳ କୁତମୁଣ୍ଡା ଦଳକୁ ୫-୧ ଗୋଲରେ ହରାଇ ଜୋନ ଚମ୍ପିୟାନ ହୋଇଛି । ଅତିଥି ଭାବରେ ପୂର୍ବତନ ସଦରବ୍ଲକ ଚେୟାରମେନ ଘାସିରାମ ବେହେରା, ପୂର୍ବତନ ଫୁଟବଲ ଖେଳାଳି ଲୋକନାଥ କୁମୁରା ଓ ଏନ୍ଜେୱାଇସି ଚୁଡାପାଲି ସଭାପତି ଶରତ କୁମାର ନନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ବୈକୁଣ୍ଠ ଜେନା, ଜଳନ୍ଧର ସାହୁ, ଉମେଶ ଭୋଇ ଓ ଦେବରାଜ ନାହାକ ପରିଚାଳନା କରିଥିଲେ । ମିନି ଷ୍ଟଡିୟମ ଜରାସିଂହା ଖେଳପଡିଆରେ ଅନୁଷ୍ଠିତ ଖେଳରେ ଜରାସିଂହା ୧-୧ ରେ ଡ୍ର ରହି ସଡନ ଡେଥ୍ ରେ ଜରାସିଂହା ଦଳ ମହିପୁର ଦଳକୁ ହରାଇ ଜୋନ ଚମ୍ପିୟାନ ହୋଇଛି । ଅତିଥି ଭାବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ସୁଦୟ କୁମାର ବାରିକ, ଜିତେନ୍ଦ୍ର ପାତ୍ର, କରୁଣାକର ପଧାନ ଓ ଶୁଶାନ୍ତ କୁମାର ନାଗ ପରିଚାଳନା କରିଥିଲେ । ଟାଉନ ହାଇସ୍କୁଲ ଖେଳ ପଡିଆରେ ପ୍ରୋଗ୍ରେସିଭ୍ ଦଳ ସିସିଏଫ୍ଏ ଦଳକୁ ୩-୧ ଗୋଲରେ ହରାଇ
ଜୋନ ଚମ୍ପିୟାନ ହୋଇଛି । ଅତିଥି ଭାବରେ ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ ଚେୟାରମେନ କଳିକେଶ ନାରାୟଣ ସିଂଦେଓ ଓ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ଓ ଫୁଟବଲ ସଂପାଦକ ହେମନ୍ତ ବେହେରା ଯୋଗ ଦେଇଥିଲେ । ଖେଳକୁ ରାଜେନ୍ଦ୍ର କୁମାର ଧରୁଆ, ସଂଦିପ ତରିଆ, ସଂଜନ କୁଦେଇ ଓ ବିକି ବିଶି ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଅନୁଷ୍ଠିତ ଖେଳରେ ଅମାମୁଣ୍ଡା ଦଳ ୨-୨ ଗୋଲରେ ଡ୍ର ରହି ଟ୍ରାଇବ୍ରେକର ସଡ୍ନ ଡେଥ୍ ରେ ସାଇଟ ସଦାଇପାଲି ଦଳକୁ ହରାଇ ଜୋନ ଚମ୍ପିୟାନ ହୋଇଛି । ଅତିଥି ଭାବରେ ସଦର ବ୍ଲକ ଚେୟାରମେନ ସରିତା ବାଗ,
କ୍ରୀଡା ସଂସଦର ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଟୁର୍ଣ୍ଣମେଣ୍ଟ କମିଟି ଚେୟାରମେନ ପ୍ରଭାତ କୁମାର ମିଶ୍ର, ପୂର୍ବତନ ବିଧାୟକ ରମାକାନ୍ତ ସେଠ, ପୂର୍ବତନ ଫୁଟବଲ ଖେଳାଳି କପିଳେଶ୍ୱର ପାଣିଗ୍ରାହୀ, ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷ ଗୁଲାପ ବାଗ ଓ ସୁନିଲ ଚନ୍ଦ୍ର ବିଶ୍ୱାଲ ଯୋଗ ଦେଇଥିଲେ । ମଂଚରେ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ମଂଚାସିନ ଥିଲେ । ଖେଳକୁ ସଞ୍ଜିବ ମହାରଣା, ସୁରେଶ ନାଏକ, ସୁଦର୍ଶନ ସେଠ ଓ ସୁଧାଂଶୁ ସେଠ ପରିଚାଳନା କରିଥିଲେ । ଆସନ୍ତା କାଲି ଠାରୁ ସୁପର ନକ୍ ଆଉଟ୍ ଫୁଟବଲ ଗାନ୍ଧୀ ଷ୍ଟଡିୟମ ଠାରେ ଅନୁଷ୍ଠିତ ହେବ ଓ ପ୍ରଥମ ମ୍ୟାଚ ଗ୍ରୁପ ଏ ଚମ୍ପିୟାନ ଏପିଜେ ଲୋଇସିଂହା ଦଳ ଓ ଗ୍ରୁବ ବି ଜେକେୱାଇଏସ୍ କାଲସାଏପାଲି ଦଳ ମଧ୍ୟରେ ହେବ ବୋଲି ଜିଲ୍ଲା କ୍ରୀଡା ସଂସଦ ତରଫରୁ ପ୍ରକାଶ ।