-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
06-Oct-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ନିଉ ଷ୍ଟାର କ୍ଲବ ସୋନପୁର ଝୁପୁଡିପଡ଼ା ଠାରେ ଗତ କାଲି ନୁଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସ୍ୱାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଯୋଗ ଦେଇ ସୁବର୍ଣ୍ଣପୁର ଏକ ଅଗ୍ରଣୀ ଜିଲ୍ଲା ବିକାଶ କ୍ଷେତ୍ରରେ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ପୌର ଅଧ୍ୟକ୍ଷା ତାମସୀ ତlମସ୍ମିତା ନାଏକ, ରାମପୁର କଲେଜ ଏମ ସି ସଭାପତି ରମେଶ ପୂଜାରୀ, ବରିଷ୍ଟ ବିଜେଡି ନେତା କଇରୁ ସ୍ୱାଇଁ, ଡୁଙ୍ଗୁରି ପାଲି ବ୍ଲକ ଉପାଧ୍ୟକ୍ଷ ମକରଧ୍ଵଜ ସାହୁ, ପ୍ରଫେସର ନୀଳlମ୍ବର
ରାୟଗୁରୁ, ବିଶିଷ୍ଠ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଯୁବ ନେତା ଅଭି ମନ୍ୟୁ କୁଶଳ,ବି ଏମ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, କମିଟି ସଭାପତି ଦଧି ହରିପାଳ, ଏକ ନମ୍ବର ୱାର୍ଡ କାଉନ ସିଲର ମୌସୁମୀ ନାଏକ, କ୍ଲବ ର ବରିଷ୍ଠ କର୍ମକର୍ତ୍ତା ସୁଶାନ୍ତ ବାଗ, ରମାକନ୍ତ ସୁନା, ପିତାମ୍ବର ସୁନା, ସୁରେନ୍ଦ୍ର କୁମ୍ଭାର, ପ୍ରମୁଖ ଯୋଗ ଦେଇ ନୁଆଁ ଖାଇ ଏକ ଭାଇ ଚାରା ର ସମ୍ପର୍କ ର ବାର୍ତ୍ତା ପହଞ୍ଚାଏ ବୋଲି କହିଥିଲେ l ପରେ ପରେ ବିଶିଷ୍ଠ କଣ୍ଠ ଶିଳ୍ପୀ
ରୁକୁ ସୁନା ସମ୍ବଲପୁରୀ ମେଲୋଡି ସଂଗୀତ ପରିବେଷଣ କରାଯାଇଥିଲା l ରମେଶ ନନ୍ଦ ସଭା ସଂଯୋଜନା କରିଥିବା ବେଳେ ଗଣେଶ୍ୱର ନାଗ, ଶିବୁ ସୁନା, ଗଣେଶ୍ୱର ବାରିକ, ତରା କାନ୍ତ ସୁନା, ବନ ବାସ ବାରିକ, ନବ ତଣ୍ଡୀ, ନବୀନ ତlଣ୍ଡୀ, ବାସୁଦେବ ନାଗ, ରାକେଶ ବାରିକ, ମନ ଭୁଲl ବାଗ, ବବୁଲୁ ଦୀପ, କୁନା ଦୀପ, କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l