-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
06-Oct-2023
ନାକଟିଦେଊଳ(କନ୍ଦର୍ପ ବେହେରା ): ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାତ୍ର ଜଗୁଆଳିଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ସ୍ବର୍ଗତ ସାତ୍ତ୍ଵିକ ନାଏକଙ୍କ ସ୍ମୃତିରେ ଅନୁଷ୍ଠାନର ଅଧ୍ଯାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଗଣ ୨ ମିନିଟ୍ ନୀରବ ଶାନ୍ତିପୂର୍ଣ୍ଣ ପ୍ରାର୍ଥନା କରିଥିଲେ । ସୂଚନାଯୋଗ୍ଯ ସ୍ବର୍ଗତ ସାତ୍ତ୍ଵିକ ନାଏକ ତାଙ୍କର ଯୁବାବସ୍ଥାରେ ନାକ୍ଟିଦେଉଳ ପଞ୍ଚାୟତ କାର୍ଯ୍ୟାଳୟରେ ସଫେଇ କାମ କରୁଥିଲେ। ୨୦୦୯ ମସିହାରୁ ସେ ନାକ୍ଟିଦେଉଳ ମହାବିଦ୍ୟାଳୟର ରାତ୍ରି ଜଗୁଆଳି ଭାବେ କାର୍ଯ୍ୟ କରିଆସୁଥିଲେ। ସେ ଜଣେ ଭଦ୍ର ବ୍ୟକ୍ତି ଥିଲେ ା ଆୟୋଜିତ ଶୋକ ସଭାରେ ଡଃ. ସରସୀରାଣୀ ଗଡନାୟକ, ଡଃ. ପ୍ରଶାନ୍ତ କୁମାର ଦାଶ, ଅଧ୍ଯାପକ ସଞୀବ ଦାଶ, ସରୋଜ ଭୁଏ, ବିନୀତା ମୁର୍ମୁ,ହେମାନନ୍ଦ ପ୍ରଧାନ,ହୁସେନ ପ୍ରଧାନ, ଅରୁଣ ବିଶ୍ବାଳ, ଜିତେନ୍ଦ୍ରୀୟ ପ୍ରଧାନ, ଅଶୋକ ଧଳ ଓ ଶାନ୍ତିଲତା ପ୍ରଧାନ ପ୍ରମୁଖ ସ୍ବର୍ଗତ ଆତ୍ମାଙ୍କ ସ୍ମୃତିଚାରଣ କରିଥିଲେ।