-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
05-Oct-2023
ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ବେଛକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି।ଉକ୍ତ ଶିବିର ରେ ମୁଖ୍ୟଅତିଥି ଭାବେ ନୂଆପଡ଼ା ଜିଲ୍ଲା ଉପ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତା ଯୋଗଦାନ କରିଥିବା ବେଳେ ଡାକ୍ତର ଶୋଭା ରାଣୀ ମିଶ୍ର ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ସ୍ୱେଚ୍ଛାକୃତ ରକ୍ତଦାତା
ମନୋଜ ଡାଗା, କିଶୋର ପରିଡ଼ା, ଅରୁଣ ବିଶ୍ବାଳ ରକ୍ତଦାତା ମାନଙ୍କୁ ନିଃସ୍ଵାର୍ଥପର ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ପ୍ରବର୍ତ୍ତାଇ ଥିଲେ। ସେହିପରି ଡାକ୍ତର ବିଶି ରକ୍ତଦାନ ର ଆବଶ୍ୟକତା, ସୁଫଳ, ବୟସ, ଓଜନ, ଇତ୍ୟାଦି ବିଷୟରେ ସଚତନତା କରିଥିଲେ। ଉଲ୍ଲେଖନୀୟ ଯେ ଏହି ସ୍ୱେଚ୍ଛାକୃତ ଦାନ ଶିବିର ରେ ସର୍ବପ୍ରଥମେ ଅରୁଣ ବିଶ୍ଵାଳ ରକ୍ତଦାନ କରିଥିଲେ ଯାହାକି ଏହାହେଉଛି ଲଗାତାର ଭାବେ ତାଙ୍କର ପଞ୍ଚସ୍ତରୀତମ ରକ୍ତଦାନ। ପେଶାରେ ଜଣେ ସାମାଜିକ କର୍ମୀ ହୋଇଥିବା ବେଳେ ଯେତେବେଳେ ମଧ୍ୟ ଯେଉଁଠି ରକ୍ତର ଆବଶ୍ୟକତା ପଡ଼େ ସେ ପହଞ୍ଚି ଯାଆନ୍ତି। ଏହା ପୂର୍ବରୁ ମଧ୍ୟ ପ୍ରକୁତୀ ବନ୍ଧୁ ପୁରସ୍କାର ପାଇସାରିଛନ୍ତି, ଶ୍ରୀ ବିଶ୍ବାଳଙ୍କର ଏଭଳି ଜନହିତକର କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରୁଛନ୍ତି।
(ବିଶି ଚନ୍ଦନ ମାଝୀ ଙ୍କ ରିପୋର୍ଟ )