-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
05-Oct-2023
ବେଲପଡା (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ସହରରେ ଦୀର୍ଘ ୮୦ ବର୍ଷ ହେଲା ମାଁ ଦୁର୍ଗାପୂଜା ଚାଲି ଆସୁଥିବାବେଳେ ଏହା ଅଞ୍ଚଳ ତଥା ବଲାଙ୍ଗିର ଜିଲ୍ଲା ପାଇଁ ସୁପରିଚିତ। କିନ୍ତୁ ଦୁଃଖର ବିଷୟ ହେଉଛି ଯେ ମାଁ ଦୁର୍ଗା ଙ୍କ ପାଇଁ ଏକ ମନ୍ଦିର ନିର୍ମାଣ ହୋଇପାରିନାହିଁ। ମାଁ ଦୂର୍ଗା ଙ୍କ ମଣ୍ଡପ ରହିଛି ବେଲପଡା ସହରର ମଧ୍ୟ ସ୍ଥଳୀ ରାସ୍ତା କଡ଼ରେ ଯାହାକି ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏଥିପାଇଁ
ସରକାରଙ୍କ ଠାରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସଠିକ ସ୍ଥାନରେ ଏକ ଦୂର୍ଗା ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ ସୁଦ୍ଧା ସରକାରୀ ସ୍ଥାନ ମିଳୁନାହିଁ। ଏଥିପାଇଁ ଆଜି ବେଲପଡା ଦୂର୍ଗାପୂଜା କମିଟି ତହସିଲଦାର ପ୍ରଶାନ୍ତି ପ୍ରଧାନ ଙ୍କୁ ଏକ ଦାବିପତ୍ର ଜଣାଇଥିବା ବେଳେ ସରକାରୀ ସ୍ଥାନ ଟିଏ ଦିଆଯାଉ ବୋଲି ଦାବି କରିଛନ୍ତି। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ପୂଜା କମିଟିର ସଭାପତି ମଧୁସୂଦନ ଦାସ,ଉପ ସଭାପତି ଜନାର୍ଦ୍ଦନ ସିଂ, ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର,ବିଜୟ କୁମାର ମେହେର, ଆନନ୍ଦ ମେହେର, ଜିତୁ ନାଏକ , ପ୍ରଦୀପ ବୁଡେକ, ନବୀନ ଜୈନ, ଶଙ୍କର ଜୈନ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।