-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
05-Oct-2023
ଖପ୍ରାଖୋଲ(ପୂର୍ଣ ଶଶୀ ଶେଖର ରାଓ ):ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ରେ ଦୁର୍ନୀତି ର ଚରମସୀମା ଟପିଯାଉଥିବା ଦେଖିବାକୁ ମିଳୁଛି। ସରକାର ଙ୍କ ଯେଉଁ ଯୋଜନା ହେଉ ନାଁ କାହିଁକି ସବୁଠି ବାଟମାରଣା ହେଉଥିବା ବେଳେ ଏଠାକୁ ଯେଉଁ ଅଧିକାରୀ ଆସିଲେ ମଧ୍ୟ ସେହି ସମାନ ଅବସ୍ଥା। ତଳିଆ କର୍ମଚାରୀ ଙ୍କ ଦ୍ଵାରା ହିଁ ସବୁ ଦୁର୍ନୀତି ହେଉଥିବା ଦେଖିବାକୁ ମିଳୁଛି , ସେଥିପାଇଁ ଏଠି ଉପରିସ୍ଥ ଅଧିକାରୀ ବଦଳି କରିବା ସଙ୍ଗେ ସଙ୍ଗେ ତଳିଆ କର୍ମଚାରୀ ମଧ୍ୟ ବଦଳି କରିବା ଦରକାର।
ସୂଚନାଯୋଗ୍ୟ ଯେ ଖପ୍ରାଖୋଲ ବ୍ଳକ ବେନ୍ଦେର ପଞ୍ଚାୟତ ରେଙ୍ଗାଲି ଗାଁ ରେ ପଞ୍ଚାୟତ କାର୍ଯ୍ୟାଳୟ ଦ୍ବାରା ସ୍କୁଲ ବାଡ଼ ନିର୍ମାଣ କରିବାକୁ ଚତୁର୍ଥ ଅର୍ଥ କମିଶନ ୨୦୨୨-୨୩ ରେ ଦୁଇ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପିଇଓ ତପନ ମେହେର ଓ ସରପଞ୍ଚ ଖଗେଶ୍ବର ପ୍ରଧାନ ଙ୍କ ଦ୍ଵାରା ନିର୍ମିତ ହୋଇଥିଲା। କିନ୍ତୁ ବାବୁ ମାନେ ଖାଲି ଇଟା ରେ କାନ୍ଥ ଦେଇଥିବା ବେଳେ ସିମେଣ୍ଟ ପଲସ୍ତର ନକରି ବିଲ୍ କରି ଟଙ୍କା ହଡପ ସନ୍ଦେହ ହୁଏ। ଅନ୍ୟପଟେ ସୂଚନା ଫଳକ ବିଦ୍ୟାଳୟ କାନ୍ଥ ଉପରେ ଲେଖା ଯାଇଥିବା ଦେଖିବାକୁ ମିଳିଛି। ବେନ୍ଦେର ପଞ୍ଚାୟତ ଖପ୍ରାଖୋଲ ବ୍ଳକ ଓ ବେଲପଡା ବ୍ଳକ ର ମଧ୍ୟ ସ୍ଥଳୀ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ସେଠାକୁ ଠିକ୍ ଭାବରେ କୌଣସି ଅଧିକାରୀ ମାନେ ଆସି ପାଇନାହାନ୍ତି। ଯାହା ଫଳରେ ଏହି ପଞ୍ଚାୟତ ରେ ଦୁର୍ନୀତି ଉପରେ ଦୁର୍ନୀତି ବଢ଼ିଚାଲିଛି।ଏଠି ମନରେଗା ଯୋଜନାରେ ମେସିନ ଲଗାଇ କାମ କରାଯାଉଥିବା ଶୁଣିବାକୁ ମିଳେ। ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବାର ଦେଖାଯାଏ। ଜିଲ୍ଲାପାଳ ତଥା ଜିଲ୍ଲାପ୍ରଶାସନ ତୁରନ୍ତ ତଦନ୍ତ କରି ଦୋଷିଙ୍କ ବିରୁଦ୍ଧ ରେ କଡାରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପଞ୍ଚାୟତ ବାସୀ ଦାବି କରିଛନ୍ତି ।