-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
05-Oct-2023
ବୌଦ୍ଧ (ଜୟାନନ୍ଦ ମିଶ୍ର ): ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଛି l ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକନ୍ତି ବଳିୟାରସିଂହ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ ଯୋଗଦେଇଥିଲେ l ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଵଲନ କରି ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥିଭାବେ ଅଧ୍ୟାପକ ପ୍ରବୀର ଦାସ, ବିଜୟ ସାହୁ, କୃତିବାସ ପଲିଆ, ରମେଶ ମେହେର ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନର କଳାକାର ମାନେ ଯୋଗଦେଇ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ l ଶହଶହ ଦର୍ଶକ ସାମିଲ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁକୁ ଦେଖିଥିଲେ l