-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
05-Oct-2023
ବଲାଙ୍ଗୀର/ଦେଓଗାଁ(ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ୧୨ ନଂ ଜିଲ୍ଲା ପରିଷଦ ଜୋନରେ ବ୍ଲକ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ଶୁଶିଲ କୁମାର ଚାନ୍ଦଙ୍କ ନେତୃତ୍ୱରେ କୁତୁର୍ଲା ଗାଁ ମୁଣ୍ଡରୁ ପଦଯାତ୍ରା ଆରମ୍ଭ ହୋଇ ମୁରସିଂହ ଦେଇ ସିକୁଆଁ ଗାଁ ପରିକ୍ରମା ପରେ ସିକୁଆ ଧବଳେଶ୍ୱର ମନ୍ଦିର ଠାରେ ଦଳୀୟସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ଉପସଭାପତି ଅନଙ୍ଗ ଉଦୟ ସିଂଦେଓ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ପ୍ରତ୍ୟେକ ଗାଁରେ ଚାଲିଥିବାବେଳେ ଏନେଇ ସମସ୍ତଙ୍କୁ ଅବଗତ କରିବାପାଇଁ କର୍ମିଙ୍କୁ ଆହ୍ୱାନ ଦେଇଥିଲେ । ଏ ଅବସରରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର, ଜିଲ୍ଲା ପରିଷଦ ସଭ୍ୟା ମମତା କୁମୁରା, ସୁମତୀ ସେଠ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଦମୟନ୍ତୀ ବାଗ,ସଂପାଦିକା ତଥା ପୂର୍ବତନ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା,ପୂର୍ବତନ ପୌରଉପାଧ୍ୟକ୍ଷା ଲିପିଶ୍ରୀ ସାଏ, ବ୍ଲକ ବିଜେଡି ଯୁବସଭାପତି ଶୈଳେନ୍ଦ୍ର କୁମାର ସାହୁ ସମେତ ବହୁ ବିଜେଡି କର୍ମି ଯୋଗଦେଇଥିଲେ । ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ଉପରେ ବକ୍ତାମାନେ ମତବ୍ୟକ୍ତ କରି ଆଗାମୀ ଦିନରେ ଦଳୀୟ ସଂଗଠନକୁ ମଜବୁତ କରିବା ଦିଗରେ କାମ କରିବାପାଇଁ ପରାମର୍ଶ ଦେଇଥିଲେ । ଏ ଅବସରରେ ଜିଲ୍ଲା ଉପସଭାପତି ଉମାଶଙ୍କର ସିଂ, ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ଯୁବନେତା ଟୁନା ଚାନ୍ଦ, କୁତୁର୍ଲା ପଞ୍ଚାୟତ ସଭାପତି ବୁଦ୍ଧଦେବ ପରୁଆ, ହିତେଶ ଦଲାଇ, ମନୋଜ ବାରିକ, ରିତୁ ବୁଡେକ, ଦୟା ନାଏକ, ରାଜପ୍ରତାପ ସଂଦେଓ, ବ୍ରାହ୍ମଣୀଯୋର ସରପଞ୍ଚ ମହେନ୍ଦ୍ର ମଲ୍ଲିକ , ବନ୍ଧପଡା ସରପଞ୍ଚ ଗୋପାଳଚନ୍ଦ୍ର ମିଶ୍ର, ହାତୀସରା ସରପଞ୍ଚ କେଲୋ ଡାଙ୍ଗ ସମେତ ଶତାଧିକ ବିଜେଡି କର୍ମ କର୍ତ୍ତା ଯୋଗଦେଇଥିଲେ ।