-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
05-Oct-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଭାରତୀୟ ସେନା ରେ ଯୋଗଦେଇ ୨୮ବର୍ଷ ୮ଦିନ ସଫଳତା ସହ କାର୍ଯ୍ୟ କରି ଗତକାଲି ଅବସର ନେଇ ନିଜ ଉଦୟ ନଗର ସ୍ଥିତ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ସୁବେଦାର ସଂଜୟ ଷଡ଼ଙ୍ଗୀ। ୧୯୯୫ ମସିହାରେ ଭାରତୀୟ ସେନାର ଏକ ସିପାହୀ ଭାବରେ ଯୋଗଦାନ କରି ଭାରତର ପଞ୍ଜାବ, କାଶ୍ମୀର, ହାଇଦ୍ରାବାଦ, ବଦ୍ରୀନାଥ, ପ୍ରୟାଗ ରାଜ୍, ହରିଆଣା ଓ ବିଭିନ୍ନ ବୋର୍ଡର ତଥା ବିଭିନ୍ନ ପ୍ରାନ୍ତରେ ସେ ସଫଳତା ର ସହ କାମ କରିଥିଲେ। ଆଜି ସେ ଫେରିବା ପରେ ତାଙ୍କୁ ସହରର ବିଭିନ୍ନ ଅନୁଷ୍ଠାନ ତଥା ଉଦୟ ନଗର ସିଭିଲ ସୋସାଇଟି ତରଫରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେବା ସହ ବାଜା ବଜାଇ ତାଙ୍କୁ ପାଛୋଟି ଆଣିଥିଲେ। ସୁବେଦାର ଷଡ଼ଙ୍ଗୀ ଚାକିରି କ୍ଷେତ୍ରରେ ତାଙ୍କର ସମସ୍ତ ଅନୁଭୂତି ବର୍ଣ୍ଣନା କରିବାସହ ଭାରତୀୟ ସେନାର ଭୂରି ଭୂରି ପ୍ରଶଂସା କରିଥିଲେ। ଅବସର ପରେ ସେ ଏଠାରେ ଏକ ନିଃଶୁଳ୍କ ପ୍ରଶିକ୍ଷଣ ଶିବିର ଖୋଲି ନୂତନ ଯୁବପିଢି ଙ୍କୁ ସମସ୍ତ ପ୍ରକାର ଶାରିରୀକ ଟ୍ରେନିଂ ଦେବାସହ କିପରି ଅଧିକ ରୁ ଅଧିକ ଯୁବପିଢି ଭାରତୀୟ ସେନା ରେ ଯୋଗଦାନ କରିବାକୁ ଆଗ୍ରହୀ ହେବେ ସେ ଦିଗରେ ପ୍ରୟାସ କରିବେ ବୋଲି ସେଠାରେ ଉପସ୍ଥିତ ମିଡିଆ ସାମ୍ନାରେ ସେ ପ୍ରତିକ୍ରିୟା ରଖିଥିଲେ।