-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2023
ମୁରିବାହାଲ (ସୁଦାମ ଚରଣ ବଘlର)
ମୁରିବାହାଲ ବ୍ଲକ ହଳଦୀ ୫ଟି ଉଚ୍ଚବିଦ୍ୟାଳୟ ରେ ଶୁକ୍ରବାର ଦିନ ଅଂଚଳ ର ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ଙ୍କ ତରଫରୁ ମୁଖ୍ୟଦ୍ୱାର ରେ ତାଲାମରା ଯାଇଥିଲା l ଯାହାଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଘଣ୍ଟାଘଣ୍ଟା ଧରି ବାହାରେ ଛିଡାହେବାକୁ ପଡିଥିଲା l ଘଟଣାଟି ଏହା ଯେ ମୁରିବାହାଲ ବ୍ଲକ ରେ ଇଚ୍ଛାପଡା, ଦେବଙ୍ଗ ଓ ହଳଦୀ ରେ ହୋଇ ଥିବା ରୂପାନ୍ତରିତ ସବୁ ୫ଟି ସ୍କୁଲରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ମିଶନ ଶକ୍ତି ଦ୍ୱାରା ଇଚ୍ଛାପଡା , ଦେବଙ୍ଗ ଓ ହଳଦୀ ରେ ରାତ୍ରଜଗୁଆଳି ଚୟନ କରାଯାଇଥିଲା କିନ୍ତୁ ହଳଦୀ ଅଂଚଳ ର ମିଶନ ଶକ୍ତି ମହିଳା ମାନଙ୍କ କହିବା ଅନୁସାରେ ତାଙ୍କୁ ସଠିକ ଭାବରେ ଚୟନ ପ୍ରକ୍ରିୟା ଜଣା ନଯାଇ ମନଇଛା ଭାବରେ ରାତ୍ରିଜଗୁଆଳି ପଦବୀ ଚୟନ କରାଯାଇଛି ତେଣୁ ଏହି ସବୁ ବିଷୟକୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ବିଷ୍ନୁପ୍ରିୟା ମହିଳା ଗୋଷ୍ଠୀ,ସରସ୍ବତୀ ସ୍ବୟଂ ସହାୟକ ଗୋଷ୍ଠୀ, ରାଣୀ ଲକ୍ଷ୍ମିବାଇ, ସିଂହବାହିନୀ ମହିଲା ଗୋଷ୍ଠୀ,ଆଦୀବାସୀ ମହିଳା ଗୋଷ୍ଠୀ,ଜୟ ମା ସନ୍ତୋଷୀ, ଡଙ୍ଗର ବୁଢା ମହିଳା ଗୋଷ୍ଠୀ,ଦ୍ବାରସେନି ମହିଳା ଗୋଷ୍ଠୀ,ମା ତୁଲସୀ ମହିଳା ଦଳ, ଘଣ୍ଟା ସୁନୀ ମହିଳା ଗୋଷ୍ଠୀ,ମା ମଙ୍ଗଳା ମହିଳା ଗୋଷ୍ଠୀ ର ସଦସ୍ଯ ମାନେ ମୁଖ୍ୟ ଦ୍ୱାର ରେ ତାଲାପକାଇ ଥିଲେ। ଏହି ଘଟଣା ପରେ ହଳଦୀ ହାଇସ୍କୁଲ କୁ ମୁରିବାହାଲ ପୋଲିସ, ବିଇଓ ଶାନ୍ତନୁ ପଢିଆରୀ ପହଂଚି ବୁଝାସୁଝା କରିଲା ପରେ ଓ କିପରି ଭାବରେ ଚୟନ କରାଯାଇଛି ଆଗାମୀ ଦିନରେ ବିଡ଼ିଓ, ସିଡିପିଓ ଙ୍କ ଉପସ୍ଥିତି ରେ ଚୟନ ପ୍ରକ୍ରିୟା କୁ ସାର୍ବଜନୀନ ହିସାବ ରେ ବୁଝାଇଦିଆ ଯିବ ବୋଲି ପ୍ରକାଶ କରିବା ପରେ ମହିଳା ମାନେ ହାଇସ୍କୁଲ ର ତାଲା ଖୋଲି ଥିଲେ l