-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
24-Sep-2023
ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଖାଇ ସୋନପୁର ବ୍ଲକ, ଖାରୀ ଗ୍ରାମ ପଞ୍ଚାୟତ, ତରାଇକେଲା ଗ୍ରାମ ତଥା ଆଖପାଖ ଅଂଚଳରେ ନୂଆଖାଇ ଧୂମଧାମରେ ପାଳିତ ହୋଇ ଯାଇଛି l ତାରାଇକେଲା ଗ୍ରାମବାସୀ ଗ୍ରାମ୍ୟ ଆରାଧ୍ୟ ଇଷ୍ଟଦେବୀ ତଥା ନିଜ ପାରିବାରିକ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଭୋଗ ଲଗାଇବା ପରେ ଗ୍ରାମବାସୀ ନବାନ୍ନ ଭକ୍ଷଣ କରି ଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ (ଜୟ ଜଗନ୍ନାଥ ଫାଉଣ୍ଡେସନ, ତରାଇକେଲା ତରଫରୁ)ଜଗନ୍ନାଥ ମନ୍ଦିର ତରାଇକେଲା ସମ୍ମୁଖରେ ମଞ୍ଚ ଉପରେ ଅନୁଷ୍ଠିତ ହୋଇ ଥିଲା l ପ୍ରଥମେ ମୁଖ୍ୟ ଅତିଥି ସଂଜୀବ କୁମାର ମିଶ୍ର (ଖାରୀ ଗ୍ରାମ ପଞ୍ଚାୟତ, ପୂର୍ବତନ ସରପଞ୍ଚ, ବର୍ତମାନ ସମିତି ସଭ୍ୟ )ଙ୍କୁ ସଭା ଉପରେ ସମ୍ମାନିତ କରାଯାଇ ଥିଲା l ତାଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ସାରିବା ପରେ ତାଙ୍କ ଗ୍ରାମ ମଙ୍ଗଳକାରି ବକ୍ତବ୍ୟ ଦ୍ୱାରା ଗ୍ରାମବାସୀ ଅତ୍ୟନ୍ତ ଉତ୍ସାହିତ ହୋଇଥିଲେ l ଏହା ସହିତ ସମ୍ମାନିତ ଅତିଥି ତଥା ବରିଷ୍ଠ କବି ସୁଦାମ ପୁଟେଲ ଗ୍ରାମ-(ତରାଇକେଲା )ଙ୍କୁ ମଞ୍ଚ ଉପରେ ସମ୍ମାନିତ କରାଗଲା l ଲବ କାଣ୍ଡ (ବରିଷ୍ଠ କୋଶଲି ବ୍ୟଙ୍ଗ କବି, (ଗ୍ରାମ-ମହଦା) ଙ୍କୁ ମଧ୍ୟ ମଧ୍ୟ ମଞ୍ଚ ଉପରକୁ ଡକାଇ ସମ୍ମାନିତ କରାଗଲା l ମଞ୍ଚ କାର୍ଯ୍ୟ ପରିଚାଳନା କରି ଥିଲେ ଆଞ୍ଜନେୟ ମିଶ୍ର (ଗ୍ରାମ-ତରାଇକେଲା)ଏବଂ ନିହାର ରଞ୍ଜନ ମଲ୍ଲିକ (ଗ୍ରାମ -କୁଟଶିରା)l ଜୟ ଜଗନ୍ନାଥ ଫାଉଣ୍ଡେସନ ସଦସ୍ୟ ପ୍ରିୟବ୍ରତ ତ୍ରିପାଠୀଙ୍କ ନେତୃତ୍ୱ ରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇ ଥିଲା l ନୀଳମାଧବ ମିଶ୍ର (କବି, ଗ୍ରାମ-ବୁଦେଲବାହାଲି) ଙ୍କୁ ମଧ୍ୟ୍ୟ ମଞ୍ଚ ରେ ସମ୍ମାନିତ କରାଗଲା l ସମସ୍ତ ଅତିଥି ମାନଙ୍କୁ ସମ୍ମାନିତ କଲା ପରେ ସଂକୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ରେ ତାରାଇକେଲା ଗ୍ରାମ ତଥା ଆଖ ପାଖ ଗ୍ରାମ ର ଶିଶୁ କଳାକାର ଙ୍କ ସହିତ ବରିଷ୍ଠ କବି ମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ l ପ୍ରଥମେ କବି ଶ୍ରୀ ଲବ କାଣ୍ଡ ଙ୍କ ମୁଖରୁ କୋଶଲି ବ୍ୟଙ୍ଗ କବିତା ଶୁଣିବାକୁ ମିଳି ଥିଲା ଯାହାକି ସମସ୍ତଙ୍କ ମନକୁ ଅତ୍ୟନ୍ତ ମନୋରଞ୍ଜିତ କରି ଥିଲା l ଦ୍ଵିତୀୟ ରେ କବି ଶ୍ରୀଯୁକ୍ତ ସୁଦାମ ପୁଟେଲ ଙ୍କ ଦ୍ୱାରା ବ୍ୟଙ୍ଗ ତଥା ସାହିତ୍ୟିକ ଓ ସାମାଜିକ କବିତା ପରିବେଷଣ ହୋଇଥିଲା l ଏବଂ ଭାଷଣ ଦ୍ୱାରା ସେ କିଛି ମହତ ବାଣୀ ଶୁଣାଇ ଥିଲେ ଯାହା କି ସମସ୍ତ ଗ୍ରାମ ବାସି ଙ୍କ ପାଇଁ ହିତ ସାଧକ ଥିଲା l ପରେ କୁମାରୀ ପୁନମ ସାହୁ, କୁମାରୀ ପାୟଲ ସାହୁ, କୁମାରୀ ପୂଜା ବରିହା, କୁମାରୀ ପ୍ରଜ୍ଞା ବରିହା, କୁମାରୀ ଶ୍ରୀୟା ବରିହା,ଶ୍ରୀ ମାନଭଞ୍ଜନ ପଣ୍ଡା, ଶ୍ରୀ ବିଶେଶ୍ୱର ସା, ଶ୍ରୀ ସୁବାସ ପୁଟେଲ, ଶ୍ରୀ ଯୁଗେଶ ପୁଟେଲ, କୁମାରୀ ପ୍ରିୟଙ୍କା ବରିହା, କୁମାରୀ ସୁନେଲି ବରିହା କୁମାରୀ ମୀରା ବରିହା, ରାଜେଶ ଡ୍ୟାନ୍ସ ଗ୍ରୁପ(ରାଜେଶ ବେରିହା, ହେମନ୍ତ ବେରିହା, ଅଶ୍ୱିନୀ ବଢିଆ)ନୃତ୍ୟ ପରିବେଷଣ କରି ଥିଲେ ଏବଂ ପରିଚାଳକ ମାନେ ମଞ୍ଚ କାର୍ଯ୍ୟ କୁ ଆଗକୁ ବଢ଼ାଇ ଥିଲେ l ପରେ କୁମାରୀ ମୋନାଲିଶା ପଣ୍ଡା, କୁମାରୀ ନିହାରିକା ବାଘ, ସାଗର ମିଶ୍ର, ବାଲଗୋପାଳ ମିଶ୍ର, ସଂଗୀତ ପରିବେଷଣ କରି ଦର୍ଶକଙ୍କ ମନକୁ ମୁଗ୍ଧ କରି ଥିଲେ l ଜୟ ଜଗନ୍ନାଥ ଫାଉଣ୍ଡେସନ ର ସଦସ୍ୟ ଶ୍ରୀ ଶିତିକଣ୍ଠ ନନ୍ଦ ଙ୍କ ଦ୍ଵାରା ଦୁଇଟି ମନ ମୁଗ୍ଧ କର ନୃତ୍ୟ ପରିବେଷଣ ହେଲା l ଫାଉଣ୍ଡେସନ ସଦସ୍ୟ ଶ୍ରୀଯୁକ୍ତ ଯାଯାବର ନନ୍ଦ ନିଜ ମୁଖରୁ ଗ୍ରାମ ଏବଂ ଫାଉଣ୍ଡେସନ ର ଉନ୍ନତି ବିଷୟରେ କିଛି କହି ଥିଲେ l ଶ୍ରୀଯୁକ୍ତ ବିଶ୍ୱ ବରିହା (ଗ୍ରାମ – ତରାଇକେଲା, କୀର୍ତନ ବାହାକ)କିଛି ଭାଷଣ ଉପସ୍ଥାପନା ପରେ ଏକ ସୁନ୍ଦର ଗୀତ ପରିବେଷଣ କରି ଥିଲେ l କାର୍ଯ୍ୟକ୍ରମ ଶେଷରେ ଅତିଥି ଶ୍ରୀଯୁକ୍ତ ସୁଦାମ ପୁଟେଲ ଏବଂ ଫାଉଣ୍ଡେସନ ସଭାପତି ଶ୍ରୀଯୁକ୍ତ ପ୍ରଜ୍ଞାରଞ୍ଜନ ନନ୍ଦ ସମସ୍ତ ଅଂଶ ଗ୍ରହୀତାଙ୍କୁ ସମ୍ମାନ ପତ୍ର ଏବଂ ସିଲ କପ ପ୍ରଦାନ କରି ଥିଲେ l କାର୍ଯ୍ୟ କ୍ରମ ଶେଷରେ ଜୟ ଜଗନ୍ନାଥ ଫାଉଣ୍ଡେସନ ର ସମସ୍ତ ସଦସ୍ୟ ମାନେ ଯଥା :- ଶ୍ରୀଯୁକ୍ତ ସତ୍ୟବ୍ରତ ତ୍ରିପାଠୀ,ଶ୍ରୀ ବୈଷମ୍ପାୟନ ଦାଶ, ଶ୍ରୀଯୁକ୍ତ ଯାଯାବର ନନ୍ଦ, ଶ୍ରୀ ଶିତିକଣ୍ଠ ନନ୍ଦ, ଶ୍ରୀ ପ୍ରିୟବ୍ରତ ତ୍ରିପାଠୀ,ଶ୍ରୀ ପ୍ରଜ୍ଞାରଞ୍ଜନ ନନ୍ଦ, ଶ୍ରୀ ସମରେଶ ଦାଶ, ଶ୍ରୀ ଦେବାଶିଷ ଦାସ, ଶ୍ରୀ ରାଧାକାନ୍ତ ଦାସ,ଶ୍ରୀ ଶ୍ରୀବନ୍ତ ଦାଶ, ଶ୍ରୀ ହରିହର ମିଶ୍ର, ଶ୍ରୀ କେଦାରନାଥ ତ୍ରିପାଠୀ, ଶ୍ରୀ ପ୍ରିୟବ୍ରତ ସାହୁ,ଶ୍ରୀ ପ୍ରଭୁଦତ୍ତ ଦାସ, ଶ୍ରୀ ଆନନ୍ଦ ଦାସ, ଶ୍ରୀ ଅଶୋକ ନନ୍ଦ, ଶ୍ରୀ ଲିପୁନ ନନ୍ଦ, ଶ୍ରୀ ମୁନୁ ଦାଶ, ଶ୍ରୀ ହେମନ୍ତ କଅଁର, ଶ୍ରୀ ବାପି ଦାଶ, ଶ୍ରୀ ମକୁନ୍ଦ ଷାଣ୍ଢ, ଶ୍ରୀ ସୁଗମ ବାଘ, ଶ୍ରୀ ନିଗମ ବାଘ, ଭରତ କଲତା ଏବଂ ତାରାଇକେଲା ଗ୍ରାମ ର ଯୁବ ପିଢ଼ି ଙ୍କ ଦ୍ୱାରା ମନୋରଞ୍ଜନ ଓ ନୃତ୍ୟ ସହିତ କାର୍ଯ୍ୟକ୍ରମ କୁ ସମାପ୍ତ କରା ଯାଇ ଥିଲା l