-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
15-Sep-2023
ତୁଷୁରା (ପଞ୍ଚାନନ ନାଏକ)- ତୁଷୁରା ସହର ସ୍ଥିତ କେଡିଆ ଭବନ ଠାରେ ଶୁକ୍ରବାର ଭାରତୀୟ ଜନତା ପାର୍ଟିର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ
କୁମାର ଜୈନ ଯୋଗଦେଇ ସଂଗଠନକୁ ସୁଦୃଢ କରିବା ପାଇଁ କର୍ମୀମାନଙ୍କୁ ଆହ୍ବାନ କରିଥିଲେ । ତୁଷୁରା ଏନଏସିରେ ଦୁର୍ନୀତି ଲାଗିରହିଥିବା ବେଳେ କୋଡିନେଟର ଚୟନରେ ଅନିୟମିତା ହୋଇଥିବାରୁ ଆଗାମୀ ଦିନରେ ଜୋରସୋର ଆନ୍ଦୋଳନ କରାଯିବା ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ଗୁରୁଦା ରଣା ଙ୍କୁ ତୁଷୁରା ଏନ୍ ଏ ସି ବିଜେପି ସଭାପତି ଭାବେ ମନୋନୀତ କରାଯାଇଥିଲା l ବୈଠକରେ ଏନଏସି କାଉନସେଲର ମିତାଲି ସାହୁ, କାଉନସେଲ ବବିତା ସାହୁ, ବିଜେପିର ଗୁଡ଼ଭେଲାବ୍ଳକ ସଭାପତି ଦୀନବନ୍ଧୁ ବେହେରା, ସନ୍ତୋଷ ସାହୁ, ବିଜେପି ବାଗ, ମକରଧ୍ବଜ ରଣା ଆଦି ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।