-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
15-Sep-2023
ବଲାଙ୍ଗୀର(ଚିତ୍ରସେନ ବେହେରା), ଆଲ୍ ଓଡ଼ିଶା ଇପିଏଫ୍ ପେନସନରସ ଏସୋସିଏସନ, ବଲାଙ୍ଗୀର ଶାଖା ତରଫରୁ ଆଜି ବଲାଙ୍ଗୀର ଗାନ୍ଧିନଗର ସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ଆଗରେ ଧାରଣା ଦେଇଥିଲେ । ସର୍ବନିମ୍ନ ମାସିକ ପେନ୍ସନ୍ ୯ହଜାର ଟଙ୍କାକୁ ବୃଦ୍ଧି, ପେନ୍ସନ୍ ସହ ମହଙ୍ଗା ଭତ୍ତା ପ୍ରଦାନ, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଦ୍ଧିତ ପେନ୍ ସନ୍ ଦେବା ଓ ସମସ୍ତ ଇପିଏଫ୍ ପେନସନ୍ଭୋଗୀ ବରିଷ୍ଠ ନାଗରିକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ଆଦି ଦାବି ନେଇ ପେନ୍ସନଭୋଗୀ ମାନେ ଧାରଣାରେ ବସିଥିଲେ । ଇପିଏଫ୍ ପେନସନରସ ଏସୋସିଏସନର ସଭାପତି ବିଶ୍ୱପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣାରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପସଭାପତି ଅଭୟ ପ୍ରସାଦ ମିଶ୍ର, ସନ୍ତୋଷ କୁମାର ତ୍ରିପାଠୀ, ସରୋଜ କୁମାର ମିଶ୍ର, ନୀଳମଣୀ ପୋଢ଼, ସୁବାଷ ଚନ୍ଦ୍ର ଦାଶ ପ୍ରମୁଖ ସାମିଲ ଥିଲେ ।