-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
15-Sep-2023
ନବରଙ୍ଗପୁର: ଡାବୁଗାଁ ବ୍ଲକ ସ୍ଥିତସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ୧୫ ସେପ୍ଟେମ୍ବର ରେ ହୃଦରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନେକ ବ୍ୟକ୍ତି ହୃଦୟ ଜନିତ ସମସ୍ୟାର ସମାଧାନ ପାଇଁ ହୃଦରୋଗ ବିଶେଷଜ୍ଞ ଡ. ଚନ୍ଦନ କୁମାର ଦାଶ ଙ୍କୁ ସାକ୍ଷାତ କରିଛନ୍ତି। ଉତ୍ତମ ଜୀବନ ଯାପନ ପାଇଁ ଡ. ଚନ୍ଦନ କୁମାର ଦାଶ ବୈଠକ ରେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ପରାମର୍ଶ ଦେଇଥିଲେ। ଗଣ୍ୟମାନ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, କେଲିଆ ଝାଡେଶ୍ବର ମନ୍ଦିର ସଂପାଦକ ଦେବରାଜ ପାତ୍ର, କୈଳାଶ ବିଶୋଇ, କେନ୍ଦ୍ର ସରକାର ଙ୍କ ଦ୍ଵାରା ନିଯୁକ୍ତ ସରକାରୀ ଓକିଲ ଜୟନ୍ତ କୁମାର ପାତ୍ର, ଜି ଜଗନ୍ନାଥ ରାଓ , ଟି ମୁରଲି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଡାବୁଗାଁ ମେଡିକାଲ ଅଫିସର ସୁଭାଷ ସାହୁ ଏବଂ ସଂପୂର୍ଣ୍ଣ ଷ୍ଟାଫ୍ ଆୟୋଜନ କୁ ସଫଳ କରାଇବା ରେ ସହଯୋଗ କରିଥିଲେ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର