-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
14-Sep-2023
ବଲାଙ୍ଗୀର, ଆଜି ବଲାଙ୍ଗୀର ଜିଲ୍ଲାରେ ତୁହା କୁ ତୁହା ବର୍ଷା ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପୁଇଁନ୍ତଳା ବ୍ଲକ ମହିମୁୁଣ୍ଡା ପଂଚାୟତ ର ମହିମୁଣ୍ଡା ଗାଁ ରେ ଲଗାଣ ବର୍ଷା ଯୋଗୁଁ ଲୋକଙ୍କ ଘରଦ୍ୱାର ଭାଙ୍ଗିଯାଇଥିଲା । ବର୍ଷା ଯୋଗୁଁ ରାସ୍ତାରେ ପାଣି ଲହଡି ମାରୁ ଥିବା ବେଳେ ଘରଦ୍ୱାର ଭାଙ୍ଗି ବାସ ହରା ପାଲଟି ଯାଇଥିବା ପ୍ରାୟ ୪ଠଟି ପରିବାର କୁ ମହିମୁଣ୍ଡା ପଂଚାୟତରେ ଥଇଥାନର
ବ୍ୟବସ୍ଥା କରିଥିଲେ ପୁଇଁନ୍ତଳା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ । ଏଥିସହ ବର୍ଷ ଯୋଗୁଁ ପଥର୍ଲା ପଂଚାୟତର ଫଲସାପଦର-ତାଲପାଲିକୁ ସଂଯୋଗ କରୁଥିବା ରାସ୍ତାରେ ବର୍ଷା ଯୋଗୁଁ ପାଇପ୍ ଭାଙ୍ଗି ଯାଇଥଥିଲା । ଏପରି ଏକ ବିଷମ ପରିସ୍ଥିତିରେ ଲୋକଙ୍କୁ ପାଇବା ପାଣି ର ବନ୍ଦୋବସ୍ତ କରିଥିଲେ ପୁଇଁନ୍ତଳା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୁଁନ୍ତଳା ବ୍ଲକ ଅଧ୍ୟକ୍ଷଙ୍କ ସାମାଜିକ କାମକୁ ସମସ୍ତେ ପ୍ରଶଂସା କରିଛନ୍ତି ।