-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
13-Sep-2023
ବଲାଙ୍ଗୀର- ଠିକାଦାରପଡା ପୂଜା ମଣ୍ଡପରେ ଚଳିତ ବର୍ଷ ଦୁର୍ଗାପୂଜା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପ୍ରବୀଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ପୂଜା ପାଇଁ କମିଟି କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ଶ୍ରୀ ମିଶ୍ର ସଭାପତି ଭାବେ ମନୋନିତ ହୋଇଥିବା ବେଳେ ଉପ-ସଭାପତି ଅନିଲ ପାଣିଗ୍ରାହୀ, ସାଧାରଣ ସମ୍ପାଦକ କାଳି ଚରଣ ବିଶ୍ୱାଳ, କୋଷାଧ୍ୟକ୍ଷ ଭାବେ ଶେଷଦେବ ଯୁଏଡ, ଆବାହକ ସୁରେନ୍ଦ୍ର ବାଗ ମନୋନିତ ହୋଇଥିଲେ । କମିଟିର ସଭ୍ୟବୃନ୍ଦ ଧୃବ ଯୁଏଡ, ପ୍ରତ୍ୟୁଷ ଖୁଆସ, ମଧୁ ବିଶ୍ୱାଲ, ରଞ୍ଜିତ ବେହେରା, ଦେବେନ ପାତ୍ର, ମଧୁ ବନଛୋର, ସମିର ମିଶ୍ର, ମନୋଜ ସାହୁ, ରାଜିବ ସ୍ୱାଇଁ, ଲକ୍ଷ୍ମିନ୍ଦ୍ର ସାହୁ, ଦେବା ବରିହା ପ୍ରମୁଖ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ । ଏଥର ପୂଜା ମହା ଆଡମ୍ବରରେ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସଭ୍ୟ ସୂର୍ଯ୍ୟ ନାରାୟଣ ମିଶ୍ର, ପ୍ରଦିପ ସାମନ୍ତରାୟ, ମୁରାରୀ ମୋହନ ପଟ୍ଟନାୟକ, ଇଶ୍ୱର ଚିରଗୁନ, ନରେନ୍ଦ୍ର ଜାଲ, ସରୋଜ ଗୁରୁ, ବିଜୟ ମିଶ୍ର, ଅଜିତ ମହାଲିଙ୍ଗ ପୂଜାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ମତ ଦେଇଥିଲେ । ସୁରେନ୍ଦ୍ର ବାଗ ସଭା ପରିଚାଳନା କରିଥିଲେ ।