-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
13-Sep-2023
ବଲାଙ୍ଗୀର- ଗତ କିଛ ବର୍ଷ ହେଲା ବଲାଙ୍ଗିର ଜିଲ୍ଲାରେ କ୍ରାଇମ୍ ରେଟ୍ ବହୁ ଗୁଣିତ ହୋଇଥିବା ବେଳେ ନକଲି ସାମଗ୍ରୀ ର ବ୍ୟବସାୟର ଆକାର ସାରା ରାଜ୍ୟରେ ଚର୍ଚ୍ଚିତ ହେଉଛି । ଦିନ ଥିଲା ଯେତେବେଳେ କଂଟାବାଂଜୀ ର ନକଲି ଔଷଧ କାରବାର ଏହି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । କିନ୍ତୁ ଗତ କିଛି ବର୍ଷ ହେଲା ଦେଖିବାକୁ ମିଳୁଛି ଯେ ବଲାଙ୍ଗିର ଜିଲ୍ଲା କେବଳ କ୍ରାଇମ କେପିଟାଲ ହୋଇନାହିଁ ନକଲି ସାମଗ୍ରୀର ହବ୍ ରେ ପରିଣତ ହୋଇଛି । ଗତ କିଛି ମାସ ମଧ୍ୟରେ ବଲାଙ୍ଗିର ଠାରେ ନକି ହଳଦୀ, ମଦ, ସାର, ମେଡିସିନ, ଟଙ୍କା, ସାର୍ଟିଫିକେଟ ଓ ନକଲି ପାର୍ଚ୍ଚା କାରବାର ବହୁଳ ଭାବରେ ଲୋକ ଲୋଚନକୁ ଆସିଛି । କିଛି କିଛି ଦିନ ପରେ ସବୁ ପ୍ରତିକ୍ରିୟା ଓ କ୍ରିୟା ଥଣ୍ଡା ହୋଇଯାଇଛି । ପ୍ରଶ୍ନ ଉଠୁଛି ଯେ ସରଳ, ନିରୀହ ତଥା ସୁସଂସ୍କୃତ ବଲାଙ୍ଗିର ଜିଲ୍ଲାରେ ଖୋଲାଖୋଲି ଭାବରେ ଏଭଳି ନକଲି ମାୟାଜାଲ କେମିତି ଭାବରେ ଚାଲିଛି, ଏହି ନକଲି କାର୍ଯ୍ୟରେ ରତ ଅସାଧୁ ବ୍ୟବସାୟୀ ଓ ଅପରାଧୀମାନଙ୍କ ରାଜନୈତିକ ସଂରକ୍ଷକ କିଏ ଅଟେ । ସବୁ ଘଟଣା ଖୋଲାଖୋଲି ଭାବରେ ଚାଲିଥିଲେ ମଧ୍ୟ କାହାର ରାଜନୈତିକ ଚାପରେ ପ୍ରଶାସନ ନୀରବ ରହୁଛି । କାରଣ ଏହି ପ୍ରଶ୍ନ ସମାହିତ ହୋଇ ଏଭଳି ଅପରାଧକୁ ସଂରକ୍ଷଣ ଦେଉଥିବା ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥାର ପରିବର୍ତ୍ତନ ନ ହେଲେ ବଲାଙ୍ଗିର ଜିଲ୍ଲାର ଭବିଷ୍ୟତ ଅନ୍ଧାର ହୋଇଯିବ । ଯେହେତୁ କୌଣସି ଏକ ଅଜ୍ଞାତ କାରଣୁ ଜିଲ୍ଲାର ବହୁ ରାଜନେତା ଅସାଧୁ ବ୍ୟବସାୟ ଓ ଅପରାଧୀମାନଙ୍କ ବିରୁଦ୍ଧରେ ସ୍ୱରୋତ୍ତଳନ କରୁନାହାନ୍ତି ଏବଂ ଅଧିକାଂଶ ସ୍ଥଳରେ ସେମାନଙ୍କ ସହକର୍ମୀ ଓ କିଛି ସମ୍ପର୍କୀୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏଭଳି ଗୋଷ୍ଠୀ ସହ ମଧୁ ଚନ୍ଦ୍ରିକାରେ ଅଛନ୍ତି ବୋଲି ଅଭିଯୋଗ ହେଉଛି । ତେଣୁ ରାଜ୍ୟ ସରକାର ଏକ ସଂଗୀନ ବିଷୟକୁ ଗୁରୁତ୍ୱ ର ସହ ବିଚାର କରି ଏହି ଅପରାଧୀ ରାଜନୈତିକ ସଂରକ୍ଷଣ ଓ ପ୍ରଶାସନିକ ଅବହେଳା ରୂପକ ଲିଙ୍କ କୁ ଖୋଜିବା ପାଇଁ ସି.ବି.ଆଇ. କୁ ଦାୟିତ୍ୱ ଦେବା ପାଇଁ ବିଶିଷ୍ଟ କୋସଲବାଦୀ ନେତା ପ୍ରମୋଦ କୁମାର ମିଶ୍ର ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।