-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
13-Sep-2023
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ସାପ୍ତାହିକ ବଜାରରେ ଆଜି ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ଆସନ୍ତା ଋଷି ପଞ୍ଚମୀ ନୂଆଁଖାଇ ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀ ବୁଧବାର ତା.୨୦/୦୯/୨୦୨୩ ପଡ଼ିଥିବା ବେଳେ ଏ ଅଞ୍ଚଳର ବ୍ୟବସାୟୀ ଓ ଲୋକଙ୍କ ମଧ୍ୟରେ ଭିଡ଼ ଭାଡ଼ର ମାହୋଲz ଦେଖିବାକୁ ମିଳିଥିଲା l ଏହି ସାପ୍ତାହିକ ବଜାର ଆଖ ପାଖ ଅଞ୍ଚଳର ଲୋକ ମାନଙ୍କ ପାଇଁ ଶେଷ ବଜାର ଥିଲା l ଏହି ସାପ୍ତାହିକ ବଜାର ପ୍ରତ୍ୟେକ ସପ୍ତାହରେ ଥରେ ବୁଧବାର ଦିନ
ବସେ l ଆଜି ଏହି ସାପ୍ତାହିକ ବଜାରରରୁ ନବାନ୍ନ ଭକ୍ଷଣ ନୂଆଁଖାଇ ଦିନ ପାଇଁ ପୋଷାକ ପତ୍ର ଚାଉଳ, ଡାଲି, ଗୁଡ଼, ବେସନ ଓ ବିଭିନ୍ନ ଦରକାରୀ ଜିନିଷ ପତ୍ର କିଣି ନେଇଥାନ୍ତି ଏହି ସାପ୍ତାହିକ ବଜାର ସିନାପାଲି ବ୍ଲକ ଓ ବୋଡ଼େନ ବ୍ଲକ ମଝି ଭାଗରେ ଥିବାରୁ ଦୁଇ ବ୍ଲକ ର ଲୋକେ ବହୁତ କିଛି ସୁବିଧା ପାଇ ପାରୁଛି ବୋଲି ଲୋକେ କହନ୍ତି l ଏହି ସାପ୍ତାହିକ ବଜାରକୁ ମେ ମାସ ୨୦୧୮ ମସିହାରେ ଖଡ଼ିଆଳ ବିଧାୟକ ଶ୍ରୀମାନ ଅଧିରାଜ ପାଣିଗ୍ରାହି ଓ ପୂର୍ବତନ ନୂଆପଡ଼ା ଜିଲ୍ଲାପାଳ
ସ୍ଵଧାଦେବ ସିଂଙ୍କ ତତ୍ତ୍ଵବଧାନରେ ଉଦ୍ଘାଟନ ହେଇ ଥିବା ବେଳେ ଆଖ ପାଖ ବୋଡ଼େନ ବ୍ଲକ ଓ ସିନାପାଲି ବ୍ଲକ ର ବହୁତ୍ ଲୋକେ ତାଙ୍କର ଜରୁରୀ ଜିନିଷ ପତ୍ର ଲୁଗାପଟା ରୋଷେଇ କାମ ରେ ବ୍ୟବହୃତ ବର୍ତନ ବାସନ ତେଲ, ହଲଦି ମସଲା ଓ ପନିପରିବା ଓ ଅନ୍ୟାନ୍ୟ ଦରକାରୀ ଜିନିଷ କିଣା ବିକା କରି ଦୁଇ ପଇସା ରୋଜଗାର କରି ପରିବାର ପ୍ରତି ପୋଷଣ କରି ଚଳନ୍ତି l ଏହି ସାପ୍ତାହିକ ବଜାର ଆଜି ନିଆରା ଢ଼ଙ୍ଗ ରେ ଲୋକଙ୍କ ଜନଗହଳିର ମା ହୋଲ୍ ଦେଖିବାକୁ ମିଳିଥିଲା l
(ନୂଆପଡ଼ା ରୁ ବିଶି ଚନ୍ଦନ ମାଝୀଙ୍କ ରିପୋର୍ଟ )