-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
08-Sep-2023
ବୀରମହାରାଜପୁର,(ବିନୋଦ ପାଣ୍ଡେ): ମହାନଦୀରେ ମତ୍ସ୍ୟ ସମ୍ପଦର ବିକାଶ ଲକ୍ଷ୍ୟରେ ବୀରମହାରାଜପୁର ବ୍ଲକର ଖମ୍ବେଶ୍ୱରୀପାଲି ଓ ବୁରୋଘାଟ ଫେରିଘାଟ ନିକଟସ୍ଥ ମହାନଦୀରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ୫ ଲକ୍ଷ ରୁ ଅଧିକ ମାଛ ଜାଆଁଳ ଛଡା ଯାଇଥିବା ଜଣାପଡ଼ିଛି । ଏହି ଅବସରରେ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ, ସହକାରୀ ଅଧିକାରୀ ବିଭୂତି ପଧାନ, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ବ୍ଲକ ସରପଞ୍ଚ ସଙ୍ଘର ସଭାନେତ୍ରୀ ତଥା ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ, ବ୍ଲକ କୃଷକ ଉପଦେଷ୍ଟା କମିଟି ସଭାପତି ବିବସ୍ପତୀ ପଣ୍ଡା, ୱାର୍ଡ ସଭ୍ୟା ଧରିତ୍ରୀ ବାଘ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସୁବଳୟା ମହାନଦୀ ଫେରିଘାଟ ଠାରେ ମଧ୍ୟ ଲକ୍ଷାଧିକ ମାଛ ଜାଆଁଳା ଛଡାଇଛି। ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ରଙ୍କ ସହ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଉପସ୍ଥିତ ଥିଲେ। ମହାନଦୀରେ ମାଛ ବଂଶ ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏଥିରେ ମହାନଦୀ କୂଳରେ ରହିଥିବା ବହୁ ମତ୍ସ୍ୟଜୀବୀ ପରିବାର ଏଥିରୁ ଉପକୃତ ହେବାର ଲକ୍ଷ୍ୟ କରାଯାଇଛି।