-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
08-Sep-2023
ବରଗଡ: ଆଜି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଛତ୍ରପତି ସାହୁ ତଥା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ବରଗଡ଼ ଶ୍ରୀମତୀ ସେବାଶ୍ରୀ ଭୋଇ , ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଲିଯୋରୀରେ ପହଞ୍ଚି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପ୍ରତି ଶୁକ୍ରବାର ଦିନ ଉପର ଓଳି ଗୋଟିଏ ପିରିୟଡ 'ମୋ ପୁସ୍ତକ ରାଇଜ' ନାମରେ ବରଗଡ଼ ବ୍ଲକର ସମସ୍ତ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଲାଇବ୍ରେରୀ ପୁସ୍ତକ ଯୋଗାଇ ଦିଆଯାଇଥାଏ, ଛାତ୍ରଛାତ୍ରୀଗଣ ଲାଇବ୍ରେରୀ ପୁସ୍ତକରୁ ବିଭିନ୍ନ ଉପାଦେୟ ଜ୍ଞାନ ଲାଭ କରିଥାନ୍ତି। ଲାଇବ୍ରେରୀ ପୁସ୍ତକ ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗଭୀର ଉତ୍ସାହ ତଥା ଉତ୍କଣ୍ଠା ପ୍ରକାଶ ପାଇଥାଏ ।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଛତ୍ରପତି ସାହୁ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ପାଠପଢ଼ା ସମ୍ପର୍କିତ ବିଭିନ୍ନ ଉପଦେଶ ଦେଇ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ । ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ଶୈକ୍ଷିକ ତଥା ସହ ଶୈକ୍ଷିକ ଦକ୍ଷତା ବିକାଶ ସକାଶେ ପରାମର୍ଶ ଦେଇଥିଲେ ।