-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
08-Sep-2023
ରୁପ୍ରାରୋଡ଼, (ସଞ୍ଜୀବ ଦାସ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟାମାନଙ୍କୁ ନେଇ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ଏଥିରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ 'ଉଲ୍ଲାସ' ସମ୍ପର୍କିତ ସଚେତନତାମୂଳକ ପ୍ଲାକାର୍ଡ ପ୍ରଦର୍ଶନ ସହ ସ୍ଲୋଗାନ ଦିଆଯାଇଥିଲା। ପରେ ପରେ ବ୍ଲକସାରା ବୁଲୁଥିବା ସାକ୍ଷରତା ରଥକୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ପ୍ରଧାନଶିକ୍ଷକ ଟଙ୍କଧର ସାହାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟଦେବ ବାଗ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ୱାର୍ଡ ସଭ୍ୟ ଜଗନ୍ନାଥ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ରାଜେଶ ବେନିଆଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ବସୁଦେବ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ନେତୃତ୍ୱରେ ସରିଆଁ କ୍ଲଷ୍ଟରର ସମସ୍ତ ସ୍କୁଲରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ସାକ୍ଷରତା ସପ୍ତାହ ପାଳିତ ହୋଇଯାଇଛି। ବିଦ୍ୟାଳୟ ସ୍ତରରେ ପ୍ରଧାନଶିକ୍ଷକମାନଙ୍କ ତତ୍ତ୍ୱାବଧାନରେ ଶୋଭାଯାତ୍ରା, ଆଲୋଚନାଚକ୍ର, ବୈଠକ, ତର୍କ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।