-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||     

HOME   ଅପରାଧ

ଆଇପିଏଲ୍ ବେଟିଂ କିଙ୍ଗପିନ୍‌ ଲାଲି ଲିଙ୍କ୍‌ : ବିବାହ ଭୋଜି ଆଗରୁ ବୁକିକୁ ଉଠାଇନେଲା ପୁଲିସ

14-Dec-2020



(ପ୍ରେରଣା ଖବର) ବ୍ରହ୍ମପୁର: ବ୍ରହ୍ମପୁରରେ ଚାଲିଥିବା ଆଇପିଏଲ୍‌ ବେଟିଂ ରାକେଟ୍‌ର ଗୋଟିଏ ପରେ ଗୋଟିଏ ଲିଙ୍କ୍‌ ଠାବ କରି ଚାଲିଛି ପୁଲିସ। ରାକେଟ୍‌ର କିଙ୍ଗ୍‌ପିନ୍‌ କୁହାଯାଉଥିବା ଆର୍‌.ଲାଲି ଆଚାରୀ ଗିରଫ ହେବା ପରେ ପୁଲିସ ପ୍ରାୟ ୨୦ଜଣ ବୁକି ଓ ବଡ଼ ଜୁଆଡ଼ିଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ ନାଁ ଥିବା ଲାଲିର ସହଯୋଗୀ ଅଜୟ ପଣ୍ଡା ନାମକ ଜଣେ ବୁକିକୁ ଗୋସାଇଁ ନୂଆଗାଁ ଥାନା ପୁଲିସ ଧରିଛି। ଆଇପିଏଲ୍‌ ବେଟିଂ କାରବାରରେ ଲାଲିଙ୍କ ସହିତ ଅଜୟ ଲିଙ୍କ୍‌ ଥିବା ନେଇ ପୁଲିସ ପ୍ରମାଣ ପାଇସାରିଛି। ପୁଲିସ ଅଜୟଙ୍କ ମୋବାଇଲ୍‌ ଜବତ କରିଛି। ତାଙ୍କ ଠାରୁ ବର୍ତ୍ତମାନ‌ ଟଙ୍କା ଜବତ ହୋଇ ନଥିବା ବେଳେ ପୁଲିସ ଅତି ଶୀଘ୍ର ତାଙ୍କର ବ୍ୟାଙ୍କ ବିବରଣୀ ବାହାର କରିବ ବୋଲି ଜଣାପଡ଼ିଛି। ଅଜୟଙ୍କ ଘର କନିଷି ବୋଲି ପୁଲିସ କହିଛି। ଅଜୟ ଧରାପଡ଼ିବା ପରେ ତାଙ୍କର ସହଯୋଗୀମାନେ ଚମ୍ପଟ୍‌ ମାରିଛନ୍ତି। ବ୍ରହ୍ମପୁରରେ ଚାଲିଥିବା ଆଇପିଏଲ୍‌ କ୍ରିକେଟ୍‌ ବେଟିଂ ରାକେଟ୍‌କୁ ମୂଳପୋଛ କରିବାରେ ଲାଗି ପଡ଼ିଛି ପୁଲିସ। ଏଥିପାଇଁ ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ରଙ୍କ ତତ୍ତ୍ବାବଧାନରେ ଏକ ଟିମ୍‌ ଗଠନ କରାଯାଇଛି। ପ୍ରତିବର୍ଷ ଆଇପିଏଲ୍‌ ସିଜନ୍‌ରେ ବହୁ ଯୁବବର୍ଗ ଅନ୍‌ଲାଇନ୍‌ ବେଟିଂରେ ସାମିଲ ହୋଇଥାନ୍ତି। କୋଟି କୋଟି ଟଙ୍କାର ବେଟିଂ ହୋଇଥାଏ। ଅନ୍‌ଲାଇନ୍‌ରେ ଏହି କାରବାର ହେଉଥିବାରୁ ପୁଲିସକୁ ଏହି ରାକେଟ୍‌ ଠାବ କରିବାରେ ସମସ୍ୟା ହୋଇଥିିଲା। କିନ୍ତୁ ଗତ ଅକ୍ଟୋବର ୨୯ତାରିଖରେ ଗୋସାଇଁ ନୂଆଗାଁ ଥାନା ପୁଲିସକୁ ମିଳିଥିଲା ବଡ଼ ସଫଳତା। ଆଇପିଏଲ୍‌ ବେଟିଂ ରାକେଟ୍‌ର କିଙ୍ଗ୍‌ପିନ୍‌ କୁହାଯାଉଥିବା ଆର୍‌.ଲାଲି ଆଚାରୀ ଓ ସହଯୋଗୀ ପ୍ରଶାନ୍ତ ସୁବୁଦ୍ଧିଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୩୩ଲକ୍ଷ ୬୧ହଜାର ଟଙ୍କା ଜବତ ହୋଇଥିଲା। ଏହି ଘଟଣାରେ ଆହୁରି କେତେକ ବୁକି ଫେରାର୍‌ ରହିଥିଲେ। ତେବେ ଗତ ୬ତାରିଖରେ ଅନ୍ୟତମ ବୁକି ବିଶାଲ କୁମାର ଅଗ୍ରୱାଲ ଭୁବନେଶ୍ବରରୁ ଗିରଫ ହୋଇଥିବା ବେଳେ ତାଙ୍କର ସହଯୋଗୀ ଅଜିତ କୁମାର ବରାଡ଼ ଓରଫ୍‌ ବାଦଲ ବ୍ରହ୍ମପୁରରୁ ଗିରଫ ହୋଇଥିଲେ। ଶେଷରେ ଆଜି ଅନ୍ୟତମ ବୁକି ଅଜୟ ପୁଲିସ ହାତରେ ଧରାପଡ଼ିଛନ୍ତି। ଗତ ୯ତାରିଖରେ ଅଜୟଙ୍କ ବାହାଘର ହୋଇଥିଲା। ଏହା ପୂର୍ବରୁ ଗୋପାଳପୁର ସ୍ଥିତ ଏକ ବଡ଼ ହୋଟେଲ୍‌ରେ ତାଙ୍କର ରିଙ୍ଗ ସେରମୋନି ହୋଇଥିଲା। ଆଜି ପୁରୁଣା ବସ୍‌ଷ୍ଟାଣ୍ଡ୍‌ରେ ଥିବା ସହରର ଏକ ଜଣାଶୁଣା ହୋଟେଲ୍‌ରେ ବାହାଘର ଭୋଜି ପାଇଁ ସବୁ ଆୟୋଜନ କରାଯାଇଥିଲା। କିନ୍ତୁ ଏହା ପୂର୍ବରୁ ପୁଲିସ କୌଣସି ସୂତ୍ରରୁ ଖବର ପାଇ କନିଷିରେ ଚଢ଼ଉ କରି ଅଜୟଙ୍କୁ ଉଠାଇ ଆଣିଛି। ଫେରାର୍‌ ଥିବା ସହଯୋଗୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ପୁଲିସ କହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026

You Might Also Like