-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ରାଜ୍ୟ

ଶ୍ରୀମନ୍ଦିର ଖୋଲିବ, ଅନ୍ୟ ମନ୍ଦିର କେବେ?

14-Dec-2020



 

(ପ୍ରେରଣା ଖବର) ଭୁବନେଶ୍ୱର : ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ। ହେଲେ ରାଜ୍ୟର ବାକି ମନ୍ଦିର ଓ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ କେବେ ଖୋଲିବ ସେନେଇ ନିଷ୍ପତ୍ତି ହୋଇପାରୁନି। ଆଜି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲା ପ୍ରଶାସନ ଜଣାଇଛନ୍ତି ଯେ ରାଜ୍ୟର ପ୍ରମୁଖ ପୀଠଗୁଡ଼ିକ ନିକଟରେ ଖୋଲୁନାହିଁ। କେବେ ଖୋଲିବ, ସେ ନେଇ ମଧ୍ୟ ସେମାନେ ସ୍ପଷ୍ଟ ଭାବେ କିଛି କହିନାହାନ୍ତି। ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟରେ ରାଜ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡ଼ିଛନ୍ତି। ନିଜ ଜିଲ୍ଲାରେ କୋଭିଡ୍ ସ୍ଥିତି ଦେଖି ସେମାନେ ମନ୍ଦିର ଖୋଲିବା ସଂପର୍କରେ ନିଷ୍ପତ୍ତି ନେବେ। ହେଲେ ଜିଲ୍ଲାପାଳମାନେ କାହିଁକି ଓ କେଉଁ ଭିତ୍ତିରେ ମନ୍ଦିର ଖୋଲିବା କ୍ଷେତ୍ରରେ କଟକଣା ଉଠାଇବାକୁ ଚାହୁଁନାହାନ୍ତି ତାହା ବୁଝାପଡୁନାହିଁ। ରାଜ୍ୟ ସରକାର ମଧ୍ୟ ଏ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ସହିତ ଆଉ ଆଲୋଚନା କରୁନାହାନ୍ତି। ପୂର୍ବରୁ ବିଜେପି ମନ୍ଦିର ଖୋଲିବା ନେଇ ଜୋରଦାର ଦାବି ଉପସ୍ଥାପନ କରୁଥିଲା। ବିଭିନ୍ନ ମନ୍ଦିରର ସେବାୟତମାନେ ମଧ୍ୟ ଏ ନେଇ ସେମାନଙ୍କ ଅସନ୍ତୋଷ ଆନ୍ଦୋଳନ ଜରିଆରେ ସାମ୍ନାକୁ ଆଣିସାରିଲେଣି। ରାଜ୍ୟ ସରକାର ସେବାୟତଙ୍କୁ ଆର୍ଥିକ ସହାୟତା ବନ୍ଦ କରିଦେଇଛନ୍ତି। ଯଦି ମାସ ମାସ ଧରି ମନ୍ଦିର ଖୋଲିବ ନାହିଁ, ତେବେ ଲୋକମାନେ ଧାର୍ମିକ ଦୃଷ୍ଟିକୋଣରୁ କେବଳ ଯେ ଆଘାତ ପାଉଛନ୍ତି ତା ନୁହେଁ, ଏସବୁ ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ଲକ୍ଷାଧିକ ଲୋକଙ୍କ ଜୀବନ ଜୀବିକା ବିପଦ ଘେରକୁ ଚାଲିଆସିଲେଣି। ସେମାନଙ୍କ ପାଇଁ ସରକାରଙ୍କ ନୀତି କଣ କିଛି ବୁଝା ପଡ଼ୁନାହିଁ। ଉଲ୍ଲେଖଯୋଗ୍ୟ, ପୁରୀବାସୀଙ୍କ ପାଇଁ ଆସନ୍ତା ୨୩ତାରିଖରୁ ଏବଂ ରାଜ୍ୟବାସୀଙ୍କ ପାଇଁ ଜାନୁଆରି ୩ରୁ ଶ୍ରୀମନ୍ଦିର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ପରେ ଏବେ ବିଭିନ୍ନ ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ଦାବି ଉଠିଲାଣି। ପ୍ରାୟ ୯ମାସ ପରେ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ପଦକ୍ଷେପ ନେଇଥିଲା ବେଳେ ସବୁଠାରୁ ଗହଳି ହେଉଥିବା ଶ୍ରୀମନ୍ଦିର ଖୋଲିବା ବାଟ ଫିଟିଲା, ଅଥଚ ଅନ୍ୟ ମନ୍ଦିର ସଂପର୍କରେ ସରକାରଙ୍କ ନିରବତା ସମସ୍ତଙ୍କୁ ବିସ୍ମିତ କରୁଛି। ରାଜ୍ୟର ସବୁଠୁ ଅଧିକ ଶ୍ରଦ୍ଧାଳୁ ଯାଉଥିବା ଶ୍ରୀମନ୍ଦିର ପାଇଁ ଗୋଟେ ନିୟମ ଏବଂ ବାକି ଧର୍ମାନୁଷ୍ଠାନ ପାଇଁ ‌କାହିଁକି ‌ଆଉ ଗୋଟେ ନିୟମ ବୋଲି ପ୍ରଶ୍ନ ଉଠିଲାଣି। ଏହି କଥାଟି ଜୋର ଧରିବାର କାରଣ ହେଉଛି, ପୁରୀ ଜିଲ୍ଲାରେ ଏବେବି ଦୈନିକ ୧୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଅଥଚ ଯେଉଁ ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତ ବାହାରୁନାହାନ୍ତି ସେଠାରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇପାରୁନି। ସେହିଭଳି ପୁରୀ ଶ୍ରୀମନ୍ଦିର ଖୋଲିବାକୁ ଛତିଶାନିଯୋଗ ବୈଠକ ବସି ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟର ବାକି ମନ୍ଦିରର ପରିଚାଳନା କମିଟି, ଟ୍ରଷ୍ଟ ବୋର୍ଡ ରାଜ୍ୟ ସରକାରଙ୍କୁ ମନ୍ଦିର ଖୋଲିବାକୁ କାହିଁକି ସୁପାରିସ୍‌ କରୁନାହାନ୍ତି ବୋଲି ପ୍ରଶ୍ନ ଉଠିଲାଣି। ଶ୍ରୀମନ୍ଦିର ସହ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ଯୋଡ଼ି ହୋଇରହିଥିବାରୁ ଏହାକୁ ଖୋଲିବା ସ୍ବାଗତଯୋଗ୍ୟ ପଦକ୍ଷେପ। ସେହିପରି କେନ୍ଦୁଝରର ଘଟଗାଁ ତାରିଣୀ, ଗଞ୍ଜାମର ତାରାତାରିଣୀ, ଜଗତସିଂହପୁରର ମା’ ଶାରଳା, ବଲାଙ୍ଗୀରର ହରିଶଙ୍କର, ପାଟଣେଶ୍ବରୀ, କଳାହାଣ୍ଡିର ମାଣିକେଶ୍ବରୀ, ଢେଙ୍କାନାଳର କପିଳାସ, ସମ୍ବଲପୁରର ମା’ ସମଲେଶ୍ବରୀ, ଭୁବନେଶ୍ବରର ଶ୍ରୀଲିଙ୍ଗରାଜ, କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିରକୁ ବି ଦୈନିକ ଶତାଧିକ ଶ୍ରଦ୍ଧାଳୁ ଆସନ୍ତି। ବହୁ ଲୋକଙ୍କର ପୂଜା ଓ ମାନସିକ ଅଛି। କରୋନା କଟକଣା ପାଇଁ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିପାରି ନାହାନ୍ତି। ତେଣୁ ସମସ୍ତଙ୍କ ଭାବାବେଗକୁ ନଜରରେ ରଖି ବାକି ମନ୍ଦିର ଓ ଧର୍ମାନୁଷ୍ଠାନ ବି ଖୋଲିବା ଦରକାର ବୋଲି ଏବେ ମତ ପ୍ରକାଶ ପାଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like