-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ପୁରନ୍ଦର ମିଶ୍ର ଛତିଶଗଡ଼ ବୃହତ ଓଡ଼ିଆ ସମାଜର ସଭାପତି ନିର୍ବାଚିତ

29-Aug-2023



ରାୟପୁର:  ଛତିଶଗଡ଼ସ୍ଥିତ ବୃହତ ଓଡ଼ିଆ ସମାଜର ସଭାପତି ରୂପେ ବିଶିଷ୍ଟ ସମାଜସେବୀ ପୁରନ୍ଦର ମିଶ୍ର ନିର୍ବାଚିତ ହୋଇଛନ୍ତି। ଏହି ବୃହତ ସମାଜ ଅଧୀନରେ ପ୍ରଦେଶର ୩୫ ଲକ୍ଷ ଓଡ଼ିଆ ନିବାସୀଙ୍କୁ ପ୍ରତିନିଧିତ୍ଵ କରୁଥିବା ୨୪ଟି ସମାଜକୁ ସାମିଲ କରାଯାଇଛି। ଏମାନେ ହେଲେ ବ୍ରାହ୍ମଣ, କୋଲତା, ସୌରାଂ, ଗୌଡ଼, ମହାକୂଳ, ଗାଡା, ଘାସି, ଯାଦବ, ଧୋବା, କୈବର୍ତ୍ତ, ମେହେର, ତେଲି, ବଣିଆ, ଶୋଢ଼ି, ମାଳି, ଭଣ୍ଡାରି,

ଖଡ଼ିୟ, ବିଂଝାଭର, ଖରରା, କୁମ୍ଭାର, କଂସାଇ, କୋଡ଼ା, ଭୂୟାଁ ଓ ମହାନ୍ତି ଆଦି ସମାଜ। ନିକଟରେ ରାୟପୁରର ଗାୟତ୍ରୀ ନଗରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସମଗ୍ର ଛତିଶଗଡ଼ରେ ବସବାସ କରୁଥିବା ଓଡ଼ିଆ ଅଧିବାସୀମାନଙ୍କର ଏକ ମହାସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରଦେଶର ଓଡ଼ିଆ ବାସୀନ୍ଦାମାନଙ୍କର ଗର୍ବ ଏବଂ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା, ସେମାନଙ୍କର ବୃହତ୍ତର ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ତଥା ଓଡ଼ିଆ ସମ୍ପ୍ରଦାୟର ସର୍ବାଙ୍ଗୀନ ଉନ୍ନୟନ ସାଧନକୁ ସମ୍ଭବପର କରିବା ଲକ୍ଷ୍ୟରେ ଏଠାକାର ସମସ୍ତ ଓଡ଼ିଆ ସମାଜକୁ ଗୋଟିଏ ଛାମୁଆ ସଂଗଠନର ଅଧୀନରେ ଏକଜୁଟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୃହତ ଓଡ଼ିଆ ସମାଜର ମୁଖିଆ ରୂପେ ଛତିଶଗଡ଼ ବ୍ରାହ୍ମଣ ସମାଜର ସଭାପତି ଏବଂ ରାୟପୁରଠାରେ ରାଜ୍ୟର ସବୁଠୁ ବଡ଼ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ଏହି ସମାବେଶରେ ନିର୍ବିରୋଧ ନିର୍ବାଚିତ ହୋଇଥିବା ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଉପସଭାପତି ଭାବେ ବିନୋଦ କୁମାର ନାୟକ ଏବଂ ଓକିଲ ତାଣ୍ଡି, ସାଧାରଣ ସମ୍ପାଦକ ରୂପେ ରାଜକୁମାର ଗୁପ୍ତା, ସଂଗଠନ ସମ୍ପାଦକ ଭାବେ ସତ୍ୟଦେବ ଶର୍ମା ଓ ଲଳିତ ପ୍ରଧାନ,  ସମ୍ପାଦକ ରୂପେ ଈଶ୍ୱର ଖମାରୀ ଏବଂ ଋଷବ ବଗର୍ତ୍ତି, କୋଷାଧ୍ୟକ୍ଷ ରୂପେ କମଳାକାନ୍ତ ଭୋଇ ଓ ସହ କୋଷାଧ୍ୟକ୍ଷ ପଦବୀରେ ଶଶିକାନ୍ତ ଖୁଣ୍ଟିଆ ପ୍ରମୁଖ ଅନ୍ୟତମ। ଏହା ବ୍ୟତୀତ ସଂଗଠନର ସଂରକ୍ଷକ ଭାବେ ନାରାୟଣ ପ୍ରସାଦ ନାରୋଜୀ, ସନ୍ତୋଷ ସାହୁ ଓ ଗୁଣନିଧି ଶତପଥୀ, ମୁଖପାତ୍ର ରୂପେ ଡଃ ଅଶୋକ ପ୍ରଧାନ, ମିଡ଼ିଆ ପ୍ରଭାରୀ ଦାୟିତ୍ୱରେ ବ୍ୟାସଦେବ ଭୋଇ ଏବଂ ଆଇନ ପରାମର୍ଶଦାତା ଭାବେ ଟିକେନ୍ଦ୍ର ପ୍ରଧାନ ଓ ଭଗଵାନୁ ନାୟକ ପ୍ରମୁଖ ନିଯୁକ୍ତି ପାଇଛନ୍ତି। ଏହାସହିତ ବସ୍ତର ଇଲାକାର ପ୍ରଭାରୀ ଭାବେ ନିତ୍ୟାନନ୍ଦ ମିଶ୍ର, ଦୁର୍ଗର ପ୍ରଭାରୀ ଭାବେ ଡଃ ପ୍ରଦୀପ ପାତ୍ର, ରାୟପୁର ଅଞ୍ଚଳର ପ୍ରଭାରୀ ରୂପେ ଅଶୋକ ଭାରତୀ, ବିଳାସପୁରର ପ୍ରଭାରୀ ରୂପେ ଗିରିଧାରୀ ସାହୁ ଏବଂ

ସର୍ଗୁଜାର ପ୍ରଭାରୀ ରୂପେ ଶ୍ୟାମ ସାହୁଙ୍କୁ ମନୋନୀତ କରାଯାଇଥିବା ଜଣାଯାଇଛି। ସଭାପତି ଆସନ ଗ୍ରହଣ କରିବା ପରେ ପୁରନ୍ଦର ମିଶ୍ର, ସଭାକୁ ସମ୍ବୋଧନ କରି ଛତିଶଗଡ଼ର  ମୂଳ ବାସିନ୍ଦା ଭାବେ ପ୍ରାୟ ୩୫ ଲକ୍ଷ ଓଡ଼ିଆ ଭୋଟଦାତାଙ୍କର ୧୦ଟି ଜିଲ୍ଲାର ୩୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଶେଷ ପ୍ରଭାବ ରହିଥିବା ପ୍ରକାଶ କରିଥିଲେ। ଏହି ଦୃଷ୍ଟିରୁ ଛତିଶଗଡ଼ ରାଜନୀତିରେ ଓଡ଼ିଆ ସମ୍ପ୍ରଦାୟର ନିର୍ଣ୍ଣାୟକ ଭୂମିକା ରହି ଆସିଥିଲେ ହେଁ, ଏମାନଙ୍କୁ ସବୁ ଦିଗରେ ଅବହେଳା ଓ ଅଣଦେଖା ପ୍ରଦର୍ଶନ କରାଯାଉଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ଛତିଶଗଡ଼ର ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ସମୃଦ୍ଧି କ୍ଷେତ୍ରରେ ଓଡ଼ିଆ ସମାଜର ବଳିଷ୍ଠ ଯୋଗଦାନ ରହିଥିବା ବେଳେ, ସେମାନଙ୍କୁ ଉଚିତ ମାନ୍ୟତା ମିଳୁନଥିବାରୁ ଶ୍ରୀ ମିଶ୍ର ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ନବଗଠିତ ବୃହତ ଓଡ଼ିଆ ସମାଜ ଛତିଶଗଡ଼ସ୍ଥିତ ସମସ୍ତ ଓଡ଼ିଆ ଅଧିବାସୀମାନଙ୍କର ନାଯ୍ୟ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସଂଗ୍ରାମ କରିବ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ। ସତ୍ୟଦେବ ଶର୍ମା ବୈଠକକୁ ସୁଚାରୁ ରୂପେ ସଂଚାଳନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like