-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
27-Aug-2023
ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ଗ୍ରାମର ମା’ ଛେଲିଆପାଟ ସେବା ସଂଗଠନ ତରଫରୁ ଆଗଲପୁର ନୂତନ ଥାନା ଅଧିକାରୀ ବାସୁଦେବ ଭୋଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନାରେ ମା’ ଛେଲିଆପାଟ ସେବା ସଂଗଠନ ସଦସ୍ୟ ତଥା ଯୁବ ସମାଜସେବୀ ରାଜିବ ଲୋଚନ ଭୋଇ ଉପସ୍ଥିତ ରହି ନୂତନ ଥାନା ଅଧିକାରୀଙ୍କ ସହ ଛେଲିଆପାଟ ଅଂଚଳରେ ହେଉଥିବା ଅପରାଧ ବିଷୟରେ ଆଲୋଚନା କରିଥିଲେ । ତା’ସହିତ ଛେଲିଆପାଟ ଅଂଚଳରେ ଘଟୁଥିବା ରାସ୍ତା ଦୁର୍ଘଟଣାକୁ କିପରି ଭାବରେ ରୋକାଯାଇ ପାରିବ ସେ ବିଷୟରେ ମଧ୍ୟ ଅବଗତ କରାଯାଇ ଥିବା ସଂଗଠନ ସଦସ୍ୟମାନଙ୍କ ତରଫରୁ ପ୍ରକାଶ । ଦର୍ଲିପାଲି ଗ୍ରାମରୁ କରକଚିଆ ଛକ ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ କରୁଥିବା ଯାନବାହାନର ଦୃତ ଗତିକୁ କମେଇବା ପାଇଁ ଅନୁରୋଧ କରିଥିଲେ ।