-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
27-Aug-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ )
ମିନିଷ୍ଟର ଅଫ ୟୁଥ୍ ଅlଫୟlର୍ସ, ସ୍ପୋର୍ଟସ ଗର୍ଭରମେଣ୍ଟ ଅଫ ଇଣ୍ଡିଆ ଓ ଜିଲ୍ଲା ଯୋଗାସନ ସ୍ପୋର୍ଟସ ଆସୋସିଏସନ୍ ର ମିଳିତ ପ୍ରଚେଷ୍ଟା ରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ସ୍ମାର୍ଟପାର୍କ ରେ ଏକ ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଯୋଗ ର ପ୍ରଚାର ପ୍ରସାର ତଥା ଯୋଗାସନ ସ୍ପୋର୍ଟସ ର ପ୍ରଚାର ଓ ବିକାଶ ଲାଗି ଏହି ପ୍ରଶିକ୍ଷଣ ଶିବିର କୁ ଆରମ୍ଭ କରା ଯାଇଛି ବୋଲି ଜିଲ୍ଲା ଯୋଗାସନ ସ୍ପୋର୍ଟସ ଆସୋସିଏସନ୍ ର ସଭାପତି ମନୋଜ ପଣ୍ଡା କହିଛନ୍ତି। ଆଜି ର ଏହି ପ୍ରଶିକ୍ଷଣ ଶିବିର ରେ ଯୋଗ ପ୍ରଶିକ୍ଷକ ଗୁଣନିଧି ଥନାପତି, ନିମେ଼ଇ ମହାକୁର, ସୁବୋଧ ରତ୍ନାକର ସାହୁ, ପ୍ରଭଞ୍ଜନ ସେନାପତି, ରସିଦ ଅହମଦ, ପ୍ରକାଶ ମେହେର, ଗୁଣନିଧି ସୁନା, ସବିର ସାହୁ ପ୍ରମୁଖ ଯୋଗ ଅଭ୍ୟାସ କରିଥିଲେ । ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ସାହୁ, ରାଜ୍ୟ ମତ୍ସ୍ୟ ନିଗମ ପ୍ରାକ୍ତନ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଯୁବ ନେତା ଜନ୍ମଜୟ ପାତ୍ର, ରବି ନାରାୟଣ ମିଶ୍ର,ସୋମନାଥ ପାତ୍ର ପ୍ରମୁଖ ଉପସ୍ଥିତ ରହି ଯୋଗ ପ୍ରତିଭାଗି ଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ। ପ୍ରତି ରବିବାର ଦିନ ସକାଳ ସାତ ଟା ଏ ଶିବିର ଆୟୋଜନ କରିବା ର କାର୍ଯକ୍ରମ ରହିଛି ବୋଲି ଜିଲ୍ଲା ଯୋଗାସନ ସ୍ପୋର୍ଟସ ଆସୋସିଏସନ୍ ତରଫରୁ କୁହା ଯାଇଛି ।