-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
26-Aug-2023
ବଲାଙ୍ଗିର (ପ୍ରେରଣା ଖବର ): ସ୍ଥାନୀୟ ଲୋୟର ସୁକତେଲ ନିକଟସ୍ଥ ରାନିପାଲି ଠାରେ ତହଁକ୍ ସାହିତ୍ୟ କୁଟୁମ ବଲାଙ୍ଗୀର ତରଫରୁ "ବୁଡି ଗାଁର ସୁରତା ଥି ଝକେର କବିତା ଆସର " ଅନୁଷ୍ଠିତ ହୋଇଯାଇଛି । କବି ଅର୍ଜୁନ କୁମାର ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଆସରରେ ଶ୍ରୀଯୁକ୍ତ ହିମାଞ୍ଚଳ ମେହେର , ସରପଞ୍ଚ ରତାଖଣ୍ଡି, ଶ୍ରୀଯୁକ୍ତ ସଞ୍ଜୟ ଗଡତ୍ୟା, ସରପଞ୍ଚ, ମାଗୁରବେଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ମୁଖ୍ୟ ବକ୍ତା ଭାବେ ରସିକ ସାହୁ ମଞ୍ଚା ସିନ ଥିବା ବେଳେ ତହଁକ ସମ୍ପାଦକ କବି ରାଜେଶ ଦଣ୍ଡସେନା
ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ ସଭାକୁ କବି ଦିଲ୍ଲୀପ ମିଶ୍ର ସଂଯୋଜନା କରିଥିଲେ । ସେହିପରି ଦୃତିୟ ଅଧିବେଶନ କବିତା ଆସରରେ ସମାଜସେବୀ ଜୟକୃଷ୍ଣ ମିଶ୍ର , କବି ରାଜେଶ ଶର୍ମା , ନିରଞ୍ଜନ ପଣ୍ଡା, ହରିଲାଲ ସାହୁ ଅତିଥି ଭାବେ ମଞ୍ଚାସିନ ଥିଲେ କବୟିତ୍ରୀ ଆହ୍ଲାଦିନି ପାଣିଗ୍ରାହୀ ଦାସ, କସ୍ତୁରୀ
ରଥ, କବିତା ମିଶ୍ର ଙ୍କ ସଂଯୋଜନା ରେ ବଲାଙ୍ଗୀର, ବରଗଡ଼, ସୋନପୁର ଅଞ୍ଚଳର ଶତାଧିକ କବି ଯୋଗଦେଇ ବିସ୍ଥାପିତ ଉପରେ କବିତା ପାଠ କରିଥିଲେ । କପିଲ ଖମାରୀ, ଉମେଶ ବିଶ୍ଵାଳ, କୁମାର ସାହୁ, ସବିତା ମହରା, ପ୍ରଭାସିନୀ ଭୋଇ, ସୁଜାତା ନାଏକ , ଗୋପୀନାଥ ଦଣ୍ଡସେନା, ତପସ୍ଵିନୀ ପଶାୟତ, ପୁଷ୍ପାଞ୍ଜଳି ମେହେର, ରବୀନ୍ଦ୍ର ସାହୁ , ବିଜୟ ଗଡତ୍ୟା ସହଯୋଗ କରିଥିଲେ ଶେଷରେ ଶ୍ରୀୟାକାନ୍ତ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।