-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ଏସଆଇ ହସପିଟାଲରୁ ଗାୟବ, ଘଟଣାକୁ ଲୁଚାଉଛି ପୋଲିସ ବିଭାଗ

26-Aug-2023



ବଲାଙ୍ଗୀର,-ବଲାଙ୍ଗୀର ଜିଲ୍ଲାର ସଇଁତଳା ଥାନାରେ କାର୍ଯ୍ୟରତ ପୋଲିସ ଏସଆଇ କାଜଲ ବାଗ ଗତ ୩ଦିନ ତଳେ ମଶାତେଲ ପିଇଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ପ୍ରଥମେ ସଇଁତଳା ହସପିଟାଲ ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣି ଭର୍ତ୍ତିକରି ଚିକିତ୍ସିତ କରାଯାଉଥିଲା । କିନ୍ତୁ ଗୁରୁବାର ଦିନ ହଠାତ ଏସଆଇ ଜଣକ ହସପିଟାଲର ବିନା ଡିସଚାର୍ଜରେ କୁଆଡେ ଉଭାନ ହୋଇଗଲେ । ହସପିଟାଲ କତ୍ତୃପକ୍ଷ ତାଙ୍କୁ ଖୋଜି ଖୋଜି ନପାଇବାରୁ ଶେଷରେ ଟାଉନଥାନାରେ ଲିଖିତ ଭାବରେ ଜଣାଇଛନ୍ତି । କିନ୍ତୁ ଏହି ଘଟଣାରେ ପୋଲିସ ବିଭାଗ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଫଳରେ ପୋଲିସର କାର୍ଯ୍ୟକଳାପରେ ଜଣସାଧାରଣରେ ସନ୍ଦେହ ପ୍ରକାଶ ପାଉଛି ।
  ସୂଚନାରୁ ପ୍ରକାଶ ଯେ,ସଇଁତଳା ଥାନାରେ କାର୍ଯ୍ୟରତ ମହିଳା ଏସଆଇ କାଜଲ ବାଗ ୩ଦିନ ତଳେ ରାତିରେ କାହାସହିତ ଫୋନରେ ଉଚ୍ଚଗଳାରେ କଥାବାର୍ତ୍ତା କରୁଥିବା ସ୍ଥାନୀୟ ଲୋକେ କହୁଛନ୍ତି । ସେହିଦିନ ରାତିରେ ପାୟ ୧୨ଟାରେ କାଜଲ ଘରେ ଥିବା ମଶାତେଲ ପିଇଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କୌଣସି ସୂତ୍ରରୁ ଖବର ପାଇଁ ସଇଁତଳା ଥାନାର ଦୁଇଜଣ ମହିଳାକର୍ମଚାରୀ ଆସି ତାଙ୍କୁ ଗୁରୁତର ଭାବରେ ଉଦ୍ଧାର କରି ସଇଁତଳା ହସପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ବିଷାକ୍ତ ମଶାତେଲ ପିଇଥିବାରୁ କାଜଲଙ୍କ ଅବସ୍ଥା ଠିକନଥିବା ଓ ଦେହରେ ଜ୍ୱର ମଧ୍ୟ ଥିବା ଦର୍ଶାଇ ସଇଁତଳା ଡାକ୍ତର ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକଲେଜ ହସପିଟାଲକୁ ରେଫର କରିଦେଇଥିଲେ । ରାତି ୨ଟାରେ ବଲାଙ୍ଗୀର ଭୀମଭୋଇ ମେଡିକାଲକଲେଜ ହସଫିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରଦିନ ସକାଳୁ କଥାଟି ପ୍ରଘଟ ହେଲାପରେ ସେ ହସପିଟାଲରୁ କୁଆଡେ ଗାୟବ ହୋଇଯାଇଥିଲେ । ଦିନ ୧୧ଟାରେ ଡାକ୍ତର ରାଉଣ୍ଡକୁ ଆସି ଦେଖିଲେ ଯେ,ହସପିଟାଲରୁ ମହିଳା ଏସଆଇ କାଜଲ ଗାୟବ ଅଛନ୍ତି । ସେହିପରି ଦିନ ୩ଟା ଓ ସଂଧ୍ୟାର ରାଉଣ୍ଡରେ ମଧ୍ୟ କାଜଲ ବେଡରେ ନଥିବା କାରଣରୁ ହସପିଟାଲ କତ୍ତୃପକ୍ଷ ଟାଉନଥାନାରେ ଲିଖିତ ଭାବରେ ଜଣାଇଛନ୍ତି । ମେଡିକାଲ କଲେଜ ହସପିଟାଲର ଅଧିକ୍ଷକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ଏହି ଘଟଣାରେ ସଦର ଏସଡିପିଓ ତୁଫାନ ବାଘ ଭିନ୍ନ ମତ ଦେଉଛନ୍ତି । ଏସଆଇ ଜଣକ ସୁସ୍ଥ ହୋଇ ଯାଇଛନ୍ତି । ମହିଳା ଏସଆଇ ଜଣକ ବୃତ୍ତିଗତ ନୁହେଁ ବ୍ୟକ୍ତିଗତ କାରଣରୁ ଏଭଳି ପଦକ୍ଷେପ ନେଇଥିଲେ । ଏବେ ସେ ସୁସ୍ଥ ଅଛନ୍ତି । ପୋଲିସ ବିଭାଗର ଉଚ୍ଚଅଧିକାରୀମାନେ ଏହି ଘଟଣା ବିଷୟରେ ଅବଗତ ଅଛନ୍ତି ଓ ଏନେଇ ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି । ସେପଟେ କୌଣସି ସାଧାରଣ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କଲେ କିମ୍ବା ଜଣକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଲେ ସେନେଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବାର ନୀୟମ ରହିଛି । କିନ୍ତୁ ଏହି ଘଟଣାରେ ପୋଲିସ ସେଭଳି କିଛି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଆଇନକୁ ଜାଣି ପୋଲିସ ଆଇନକୁ ଭାଙ୍ଗୁଛି ଓ ଘଟଣାକୁ ଲୁଚାଉଛି ବୋଲି ଜନସାଧାରଣରେ ଅଭିଯୋଗ ହେଉଛି । ତେବେ ମହିଳା ଏସଆଇ କଣ ପାଇଁ ଓ କାହିଁକି ମଶାତେଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ତାହା ପୋଲିସ ଷ୍ପଷ୍ଟ କରୁନାହିଁ । ଆଲୋଚନା ହେଉଛି ଯେ,ମହିଳା ଏସଆଇଙ୍କର ଜଣେ ପୋଲିସ ପୁରୁଷ ବନ୍ଧୁ ରହିଛନ୍ତି ଯାହାଙ୍କ ସହିତ ସେ ବହୁ ସମୟରେ ବୁଲାବୁଲି କରୁଥିଲେ । ଉକ୍ତ ପୁରିଷ ବନ୍ଧୁ ଜଣକ ବଲାଙ୍ଗୀର ହସପିଟାଲରେ ମଧ୍ୟ ଥିଲେ ଓ ଗଣମାଧ୍ୟମ ପ୍ରତିନିଧିମାନେ ଆସିଲାପରେ ସେ ସେଠାରୁ ଫେରାର ମାରିଥିଲେ । ଉଭୟଙ୍କ ବ୍ୟକ୍ତିଗତ ସଂମ୍ପର୍କନେଇ ବିଭାଗୀୟ ଉଚ୍ଚଅଧିକାରୀମାନେ ମଧ୍ୟ ଅବଗତ ଥିବା ଚର୍ଚ୍ଚାର ବିଷୟ ହୋଇଛି । ତେବେ ପୋଲିସ ବିଭାଗ ନିଜ ବିଭାଗର ଲୋକଙ୍କ ଦୋଷତୃଟିକୁ ଲୁଚାଇବାକୁ ଯଦି ଉଦ୍ୟମ କରିବ ତାହେଲେ ଆଇନକୁ ସୁରକ୍ଷା ଦେବ କିଏ ବୋଲି ପ୍ରଶ୍ନ ହେଉଛି । ଏବେ ଜନସାଧାରଣରେ ପ୍ରଶ୍ନ ଯେ, କାଜଲଙ୍କ ଫୋନର କଲରେକର୍ଡିଂ ଯାଞ୍ଚ ହୋଇଛି କି? କେହି ତାଙ୍କୁ ଧୋକାଦେଇ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ନାହିଁ ତ?ହସପିଟାଲରେ ପୁଳା ପୁଳା ସେକ୍ୟୁରିଟି ତଥା ସିସିଟିଭି ଥାଇ ସୁଦ୍ଧା ମହିଳା ଏସଆଇଙ୍କୁ କିଏ ଫେରାର କରାଇଲା ତାହା ପୋଲିସ ଷ୍ପଷ୍ଟ କରୁନାହିଁ କାହିଁକି?ଏସପି ତୁରନ୍ତ ଏନେଇ ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like