-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
26-Aug-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ପ୍ରଥମ କୋସଲ କପ ଫୁଟବଲ ଉଦଘାଟିତ ହୋଇଯାଇଛି l ଆୟୋଜକ ସଭାପତି କିଶୋର ହୋତାଙ୍କ ଉଦ୍ୟମ କ୍ରମେ ଦୁଇଦିନିଆ ଏହି ମ୍ୟାଚକୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଉଦଘାଟନ କରିଥିଲେ l ଉକ୍ତ ମ୍ୟାଚରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ପ୍ରଥମ ମ୍ୟାଚ ରେ ବୀରମହାରାଜପୁର ଓ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ବୌଦ୍ଧ ବୀରମହାରାଜପୁର କୁ ୬-୦ ଗୋଲରେ ହରାଇ ସେମିଫାଇନାଲ ରେ ପ୍ରବେଶ କରିଥିଲା l ଠିକ ସେହିପରି ସୋନପୁର କଳାପାଟ ଓ ହୀରାକୁଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ସୋନପୁର କୁ ୨ -୦ ଗୋଲ ରେ ହରାଇ ସେମି ଫାଇନାଲ ରେ ପ୍ରବେଶ କରିଥିଲା କରିଥିଲା ସେମି ଫାଇନାଲ ମ୍ୟାଚ ହୀରାକୁଦ ଏବଂ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇ ୩-୦ଗୋଲ ରେ ବୌଦ୍ଧ ହୀରାକୁଦ କୁ ହରାଇ ଫାଇନାଲ ରେ ପ୍ରବେଶ କରିଛି l ଅନ୍ୟ ମାନଙ୍କ ମଧ୍ୟରେ, ପର୍ଶୁରାମ ଦେହୁରୀ, କିଶୋର ମୋହନ ଡାଙ୍ଗ, ଇଁ ଆଶ୍ରୟ ମହାନନ୍ଦ, ଭୂଷଣ କୁମାର ପାତ୍ର, ଅର୍ଜୁନ ପ୍ରସାଦ ହୋତା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିବାବେଳେ ଚିକୁ ପଣ୍ଡା, ସିଦ୍ଧାର୍ଥ ପାତ୍ର, ପ୍ରଶାନ୍ତ ସେଠି, ରାଜେଶ ଥନାପତି ପ୍ରମୁଖ ଖେଳ ପରିଚଳନା କରିଥିଲେ l ଅଭିମନ୍ୟୁ ବଗର୍ତ୍ତୀ ଉକ୍ତ ମ୍ୟାଚର ଧାରବିବରଣୀ ପ୍ରଦାନ କରିଥିଲେ l