-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
26-Aug-2023
ବଲାଙ୍ଗିର / ଚୋରି କବାଡି ସମାଗ୍ରୀ ଧରି ଏକ କାର୍ ରେ ଯାଉଥିବା ବେଳେ ବଲାଙ୍ଗିର ଟାଉନ୍ ପୋଲିସ କାର୍ କୁ ପିଛା କରି ବଲାଙ୍ଗିର ହସ୍ପିଟାଲ ଛକ ନିକଟରେ ଗାଡି ଚାଳକ କୁ ଅଟକାଇ ଥିଲା l ଏହି ଘଟଣା ହେଉଛି ଏହି ବର୍ଷ ଫେବୃଆରୀ ୨୪ତାରିଖର ଦିନର ଘଟନା l ତେବେ କୌଶଳ କ୍ରମେ ଗାଡି ଚାଳକ ସେତେବେଳେ ପୋଲିସ କୁ ଚକମା ଦେଇ ସେଠାରୁ ଫେରାର୍ ମାରିଥିଲା l ଚୋରି ସାମଗ୍ରୀ ନେଉଥିବା ଏହି ଟାଟା ଇନଟ୍ରା- ଭି.୩୦ ଗାଡି କୁ ପୋଲିସ ଜବତ କରିବା ସହ ଗାଡି ଚାଳକ ଙ୍କ ନାଁ ରେ ଥାନାରେ ୮୯/୨୦୨୩ ରେ ଏକ ମାମଲା ରୁଜୁ କରିଥିଲା l ଘଟଣାର ୬ମାସ ପରେ ଆଜି ବଲାଙ୍ଗିର ଟାଉନ୍ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଗାଡି ଚାଳକ ତ୍ରିଲୋଚନ ଧଳ l ତ୍ରିଲୋଚନ ର ଘର ନୟାଗଡ଼ ଜିଲ୍ଲା ଫତେ ଗଡ଼ ଥାନା ଭଗୋଡା ବୋଲି ବଲାଙ୍ଗିର ପୋଲିସ ସୂଚନା ଦେଇଛି l ବଲାଙ୍ଗିର ପୋଲିସ ତ୍ରିଲୋଚନକୁ ଗିରଫ କରି କୋର୍ଟ ଚାଲାଣ କରିଛି l