-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
26-Aug-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଗତକାଲି ସନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ପୋଲିସ ର ଟିମ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଏସଆଇ ସସ୍ମିତା ଭୂତିଆ ତାଙ୍କ ଟିମ ସହ ବୁଢ଼ାରଜା ଛକ ରେ ଗୋଟାଏ ମେରୁନ
ରଙ୍ଗ ସୁଜୁକି ସ୍କୁଟି ନଂ OD17X- 9771 କୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ୧୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା । ସ୍କୁଟି ଚାଳକ ସୁବଳୟା ଥାନା ଟେଭାପଦର ଗ୍ରାମର ସଂଗ୍ରାମ କୁମାର କର୍ଡିଆ (୨୭) ବର୍ଷ ନାମକ ବ୍ୟକ୍ତିଙ୍କୁ ସୋନପୁର ଥାନା ପିଏସ କେସ ନଂ ୧୯୮ ଗିରଫ କରାଯିବା ସହ ଆଜି କୋର୍ଟ ଚାଲାଣ କରାଯାଇ ଥିବା ନେଇ .. ଏସଡିପିଓ ରାଜକିଶୋର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା
ଦେଇଛନ୍ତି । ଉକ୍ତ ସ୍କୁଟି ଟି ଜିଲ୍ଲା ପୋଲିସ ବିଭାଗର ଜଣେ ଅଧିକାରୀ ଙ୍କ ବୋଲି ବେସରକାରୀ ସୂତ୍ର ରୁ ଜଣାପଡ଼ିଥିବା ବେଳେ ଏ ନେଇ ଅଧିକ ତଦନ୍ତ ଚାଲୁ ରହିଥିବା ଉକ୍ତ ସମ୍ମିଳନୀ ରେ ଅଧିକାରୀ ଙ୍କ ପକ୍ଷରୁ ସୁଚନା ଦିଆଯାଇଥିଲା । ଉକ୍ତ ସମ୍ମିଳନୀ ରେ ଆଇଆଇସି ପଦ୍ମାସିନୀ ମେହେର, ଏସଆଇ ସସ୍ମିତା ଭୁତିଆ ଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।