-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
24-Aug-2023
ନୂଆପଡା ଜ଼ିଲ୍ଲା ବୋଡ଼େନ ବ୍ଲକ ବାବେବିର ପଞ୍ଚାୟତ ଅଧିନରେ ଥିବା ଖଇରଭାଡ଼ି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ନିମ୍ନ ମାନର ଡାଲି ଓ ଡାଲମା ଦିଆଯାଉଛି । ପିଲା ମାନେ ପାଣିଆ ଡାଲି ଖାଇବାକୁ ବାଧ୍ୟ ହେଉଛନ୍ତି । ଖଇର ଭାଡ଼ି ଗ୍ରାମ ହେଉଛି ପଛୁଆ ବର୍ଗ ବହୁଳ ଗ୍ରାମ ।ସାମାଜିକ ଦୃଷ୍ଟି କୋଣରୁ ପଛୁଆ ବର୍ଗ ମାନଙ୍କ ଝିଅ ପିଲା ମାନଙ୍କର କୁଣାବରା ବା କୁଆଁରୀ ବ୍ରତ ସରିବା ପରେ ଅଣ୍ଡା ଖାଆନ୍ତି ନାହିଁ ତେବେ ବିଦ୍ୟାଳୟରେ ସେହି ଝିଅ ମାନଙ୍କୁ ଅଣ୍ଡା ପରିବର୍ତ୍ତେ କଣ ବିକଳ୍ପ ଖାଦ୍ୟ ଦିଆହେଉଛି ? ବଡ ପ୍ରଶ୍ନ ହେଲା , ଯେଉଁ ପିଲା ମାନେ ଅଣ୍ଡା ଖାଉ ନାହାନ୍ତି ତାଙ୍କ ନାମରେ ଅଣ୍ଡା କିଣା ହେଉଛି କି ନାହିଁ ? ସନ୍ଦେହ ଘେରରେ ଅଣ୍ଡା ଭୋଜନ ।ଉପରିସ୍ଥ ଅଧିକାରୀଙ୍କୁ ଜଣା ଅଛି କି ନାହିଁ ପିଲା ଅଣ୍ଡା ଖାଉନାହାନ୍ତି ବୋଲି ।ଯେଉଁ ଝିଅ ମାନେ ଅଣ୍ଡା ଖାଆନ୍ତି ନାହିଁ ତାଙ୍କ ପାଇଁ/ଖାଦ୍ୟର ମେନ୍ୟୁ କଣ ରହିଛି ତାର ତଥ୍ଯ ବିଦ୍ୟାଳୟ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାଖରେ ଅଛି କି ? ଶିକ୍ଷକଙ୍କ ପାଇଁ ତିଆରି ହେଉଛି ସ୍ପେଶାଲ ଭଜା ଓ ଛଣା ଖାଦ୍ୟ କିନ୍ତୁ ପିଲା ମାନଙ୍କ ଭାଗ୍ୟରେ ପଣିଆ ଡାଲି l
ମଧ୍ୟାହ୍ନ ଭୋଜନର ଅବ୍ଯବସ୍ଥା କୁ ନେଇ ଏପରି ଅନେକ ଜଟିଳ ପ୍ରଶ୍ନ ଉଙ୍କି ମାରୁଛି l ଉପରିସ୍ଥ ଅଧିକାରୀ ଏହା ଉପରେ ତଦନ୍ତ କରିବା ଅତି ଆବଶ୍ୟକ ଅଛି ବୋଲି ଜନମତ ପ୍ରକାଶ ପାଇଛି